ଉଚ୍ଚଶିକ୍ଷାରେ ସାମିଲ ହେବ ଷ୍ଟକ୍ ଏକ୍ସଚେଞ୍ଜ୍ ପାଠ୍ୟକ୍ରମ: ବଢ଼ିବ ରୋଜଗାର ଦକ୍ଷତା, ସ୍ୱାବଲମ୍ବୀ ହେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ ଏଣିକି କଲେଜ୍ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଷ୍ଟକ୍ ଏକ୍ସଚେଞ୍ଜ୍ ଓ ସେୟାର ମାର୍କେଟ୍ କାରବାର ବିଷୟରେ ପଢ଼ିବେ। ଯୁବପିଢ଼ିଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ବୃଦ୍ଧି କରିବା ସହ ସେମାନଙ୍କ ରୋଜଗାର ଦକ୍ଷତାରେ ସୁଧାର ଆଣିବା ଲକ୍ଷ୍ୟରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ପଦକ୍ଷେପ ଦ୍ୱାରା ଛାତ୍ରଛାତ୍ରୀମାନେ ଆର୍ଥିକ ବଜାର , ମ୍ୟୁଚୁଆଲ୍ ଫଣ୍ଡ୍‌ ଏବଂ ନିବେଶ ସମ୍ବନ୍ଧୀୟ ବିଭିନ୍ନ ଉତ୍ପାଦ ବିଷୟରେ ଶିଳ୍ପ-ଉପଯୋଗୀ ବ୍ୟାବହାରିକ ଜ୍ଞାନ ପାଇପାରିବେ। ଫଳରେ ବ୍ୟାଙ୍କିଙ୍ଗ୍, ଆର୍ଥିକ ସେବା ଓ ବୀମା କ୍ଷେତ୍ରରେ ନିଯୁକ୍ତି ପାଇଁ ଆବଶ୍ୟକୀୟ ଦକ୍ଷତା ସେମାନେ ହାସଲ କରିପାରିବେ।ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ଖୁବ୍‌ଶୀଘ୍ର ‘ନାଶନାଲ ଷ୍ଟକ୍ ଏକ୍ସଚେଞ୍ଜ୍ ଅଫ୍ ଇଣ୍ଡିଆ ଲିମିଟେଡ୍’  ସହିତ ଏକ ବୁଝାମଣା ପତ୍ର  ସ୍ୱାକ୍ଷର କରିବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ଅଧୀନରେ ‘ଟାଲେଣ୍ଟ ସ୍କିଲ୍ସଭର୍ସିଟି’  ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକୀୟ ପ୍ରଶିକ୍ଷଣ ପ୍ରଦାନ କରାଯିବ।

Stock exchange courses to be introduced in higher education: Employability to increase