ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକ ନିକଟରୁ ୩ ବଜ୍ରକାପ୍ତା ବ୍ୟବସାୟୀଙ୍କୁ ଗିରଫ କଲା STF

ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକ ନିକଟରୁ ୩ ବଜ୍ରକାପ୍ତା ବ୍ୟବସାୟୀଙ୍କୁ ଗିରଫ କରିଛି STF । ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡିବସିଲା STF ଟିମ୍‌ । ଗିରଫ ୩ ଜଣ ହେଲେ କଟକ ବଡମ୍ବା ଅଞ୍ଚଳର ଚିତ୍ରସେନ ସାହୁ, ଭୁବନେଶ୍ୱର ପାତ୍ରପଡାର ଖଗେଶ୍ୱର ସାହୁ ଓ ଗଞ୍ଜାମ କାଂସମାରୀର ଭାଗିରଥୀ ବେହେରା । ସେମାନଙ୍କ ନିକଟରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ବଜ୍ରକାପ୍ତାକୁ ଉଦ୍ଧାର କରି ଚନ୍ଦକା ଡିଏଫ୍ଓଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।
ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷେ ମଧ୍ୟରେ STF ଦ୍ୱାରା ୧୫ଟି ବାଘ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୪ଟି ଜୀବନ୍ତ ବଜ୍ରକାପ୍ତା, ୧୩ କେଜି ବଜ୍ରକାପ୍ତା କାତି ଜବତ କରାଯାଇଛି । ଏହାସହ ୩୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି STF ।

Comments (0)
Add Comment