ଇଲେକ୍ଟ୍ରୋହୋମିଓପାଥିକ ଚିକିତ୍ସକ ସଂଘର ରାଜ୍ୟସ୍ତରୀୟ କର୍ମଶାଳା

ଭୁବନେଶ୍ବର (ଭିଓଭି): ଓଡିଶା ରାଜ୍ୟ ଇଲେକ୍ଟ୍ରୋ ହୋମିଓ ପାଥିକ ଚିକିତ୍ସକ ସଂଘ (ସେପା, ଓଡିଶା) ର ଏକ ରାଜ୍ୟସ୍ତରୀୟ କର୍ମଶାଳା ଆଚାର୍ଯ୍ୟବିହାର ସ୍ଥିତ ପରିଷଦ ସଭାଗୃହରେ ଆଜି ଅନୁଷ୍ଠିତ ହୋଇଯାଇଛି l ବର୍ତ୍ତମାନ ରାଜ୍ୟରେ ଇଲେକ୍ଟ୍ରୋ ହୋମିଓପାଥିକ୍ ଚିକିତ୍ସା ବିଜ୍ଞାନର ସ୍ଥିତି ଏବଂ ଏଭଳି ଏକ ଜନ ହିତକର ଚିକିତ୍ସା ବିଜ୍ଞାନକୁ ଯଥାଶୀଘ୍ର ସରକାରୀ ମାନ୍ୟତା ପ୍ରଦାନ ପାଇଁ ସରକାରଙ୍କ ସହ ସବିଶେଷ ଆଲୋଚନା କରାଯାଇ ତୁରନ୍ତ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଇଲେକ୍ଟ୍ରୋହୋମିଓପାଥିକ୍ ଚିକିତ୍ସକ ଯୋଗଦାନ କରିଥିଲେ l ସଂଘର ଅଧ୍ୟକ୍ଷ ଡଃ ସରୋଜ କୁମାର ସାହୁ, ସମ୍ପାଦକ ଡଃ ପର୍ଶୁରାମ ଖଟୁଆ, ଉପଦେଷ୍ଟା ଡଃ କମଳାକାନ୍ତ ନାୟକ, ସୋଆ ବିଶ୍ୱବିଦ୍ୟାଳୟର ଗବେଷକ ଡଃ ପ୍ରସନ୍ନ କୁମାର ସାବତ ପ୍ରମୁଖ ଉପସ୍ଥିତ ରହି ସଦସ୍ୟମାନଙ୍କୁ ମାର୍ଗଦର୍ଶନ କରିଥିଲେ l ସଂଗଠନର ସହ ସମ୍ପାଦକ ଡଃ ରଶ୍ମି ରଞ୍ଜନ ମହାରଥା ସ୍ଵାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉପଦେଷ୍ଟା ଡଃ ସୁଶାନ୍ତ କୁମାର ହୋତା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।