ଭୁବନେଶ୍ବର : ବାରବାଟୀ ଫ୍ଲଡ୍ ଲାଇଟ୍ ବିଭ୍ରାଟ ନେଇ ସୋ କଜ୍ ନୋଟିସ୍ । ଓସିଏକୁ କାରଣ ଦର୍ଶାଅ ନୋଟିସ ମାଗିଲେ ରାଜ୍ୟ ସରକାର। କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ନୋଟିସ ଜାରି ହୋଇଛି ନୋଟିସ। କାହିଁକି ଫ୍ଲଡ୍ ଲାଇଟ୍ ବିଭ୍ରାଟ ହେଲା, ୧୦ ଦିନ ଭିତରେ ଜଣାଇବାକୁ ନୋଟିସ ଜାରି ହୋଇଛି । ଏହି ତ୍ରୁଟି ପାଇଁ କେଉଁ ବ୍ୟକ୍ତି ବା ଏଜେନ୍ସୀ ଦାୟୀ ଜାଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଭବିଷ୍ୟତରେ ଯେପରି ଏହି ତ୍ରୁଟିର ପୁରନରାବୃତ୍ତି ନହୁଏ ସେଥିପାଇଁ କଣ ପଦକ୍ଷେପ ନିଆଯାଇଛି, ତାହା ଜଣାଇବାକୁ କୁହାଯାଇଛି । ଗତକାଲି ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ବେଳେ ଫ୍ଲଡ୍ ଲାଇଟ କଟି ଯାଇଥିଲା । ଅନ୍ଧାର ଯୋଗୁଁ ପ୍ରାୟ ଅଧ ଘଣ୍ଟା ଧରି ବାଧାପ୍ରାପ୍ତ ହୋଇଥିଲା ମ୍ୟାଚ୍।