ମହିଳାଙ୍କୁ ଶକ୍ତିଶାଳୀ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ: ପ୍ରଭାତୀ

ଭୁବନେଶ୍ୱର: ମହିଳାଙ୍କୁ ଶକ୍ତିଶାଳୀ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ବିଜେପିର ୧୦୦ ଦିନ ପୂରଣ ଉପଲକ୍ଷେ ପୁରୀ ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଶ୍ରୀମତୀ ପରିଡ଼ା ଏହା କହିଛନ୍ତି ।  ସେ କହିଛନ୍ତି ଯେ ବିଜେପି ସରକାର ଶପଥ ନେବାର ଗୋଟିଏ ଦିନ ପରେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲାଗଲା ।  ପରେ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ସହ ଏବେ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦୦୦ ଲେଖାଏଁ ପ୍ରଦାନ କରାଯାଇଛି । ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଓ ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟିର କର୍ପସ ଫଣ୍ଡର ବ୍ୟବସ୍ଥା କରାଯାଇଛି । ଏ ସରକାରର ବଡ଼ ସଫଳତା, ଲୋକଙ୍କ ସହ ଯୋଡ଼ି ହେବାର ପ୍ରତିବଦ୍ଧତା । ୨୫ ଲକ୍ଷ ମହିଳାଙ୍କୁ ସଭୁଦ୍ରା ଯୋଜନାରେ ଟଙ୍କା ମିଳିଛି । ଅନ୍ୟ ମହିଳାଙ୍କୁ ଖୁବଶୀଘ୍ର ମିଳିବ ।  ମୋଦୀ ଗ୍ୟାରେଣ୍ଟିରେ ଯାହା ଲେଖିଛୁ ସେସବୁ ଗୋଟି ଗୋଟି କରି ପୂରଣ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି ।