ରାଜ୍ୟ ସରକାରଙ୍କ ନିଷ୍ପତି: ଏଣିକି କନ୍ୟା ବିବାହ ପାଇଁ ମିଳିବ ୫୧ ହଜାର ଟଙ୍କା

ଭୁବନେଶ୍ବର: ସୁଭଦ୍ରା ଯୋଜନା ପରେ ରାଜ୍ୟ ସରକାର ଆଉ ଏକ ବଡ ଯୋଜନା ଆଣିଛନ୍ତି। ତାହା ହେଲା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ଏ ନେଇ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଏଥିରେ କୁହାଯାଇଛି ଯେ, ଗରିବ ଅସହାୟ ଝିଅର ପରିବାରଙ୍କୁ ଏହି ଯୋଜନାର ଲାଭ ପାଇପାରିବେ। ଏଥିରେ କନ୍ୟା ବିବାହ ପାଇଁ ରାଜ୍ୟ ସରକାର ୫୧ ହଜାର ଟଙ୍କାର ସହାୟତା ଯୋଗାଇ ଦେବେ। ଏ ନେଇ ଜିଲ୍ଲାପାଳମାନଙ୍କୁ ଏକ ଗାଇଡ ଲାଇନ ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ଝିଅ ବୟସ ୧୮ରୁ ୩୫ ବର୍ଷ, ପୁଅ ବୟସ ୨୧ରୁ ୩୫ ବର୍ଷ ହୋଇଥିଲେ ଏହି ସହାୟତା ରାଶି ମିଳିବ। ବିବାହ ପାଇଁ କନ୍ୟାକୁ ମିଳିବ ୫୧ ହଜାର ଟଙ୍କାର ସହାୟତା ରାଶି। ଡିବିଟି ମାଧ୍ୟମରେ ସିଧା ଆକାଉଣ୍ଟକୁ ଯିବ ୩୫ ହଜାର ଟଙ୍କା। ଏଥିସହ ବିବାହ ଉପହାର ୧୦ ହଜାର, ଆୟୋଜନ ପାଇଁ ସଂସ୍ଥାକୁ ମିଳିବ ୬ ହଜାର ଟଙ୍କା ମିଳିବ।

a girl will get Rs. 51State government's decision: From now on