ବିସ୍ପୋରଣରେ ମୃତ ସାମ୍ବାଦିକଙ୍କ ପରିବାରକୁ ୧୩ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶ

ମାଓବାଦୀ ଙ୍କ ଦ୍ୱାରା ବିଛାଯାଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଆଜି ଜଣେ ଯୁବ ସାମ୍ବାଦିକ ଙ୍କ ର ଅକାଳ ମୃତ୍ୟୁ ଘଟିଛି I ମୃତ ସାମ୍ବାଦିକଙ୍କ ପରିବାରକୁ ୧୩ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ଦେଇଛନ୍ତି। ପୋଲିସ ବିଭାଗ ପକ୍ଷରୁ ୯ ଲକ୍ଷ, ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଅନୁକମ୍ପା ରାଶି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ I

ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲାର ନକ୍ସଲ ପ୍ରବଣ ମଦନପୁର-ରାମପୁର ଥାନା ଅନ୍ତର୍ଗତ ଦୁଲେନ୍‌ କର୍ଲାଖୁଣ୍ଟା ବ୍ରିଜ୍‌ ନିକଟରେ ନକ୍ସଲମାନେ ପୋଷ୍ଟର ମାରିଥିଲେ। ଏ ସମ୍ପର୍କରେ ଜାଣିପାରି ଏକ ଦୈନିକ ଖବରକାଗର ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳ ଆଜି ଖବର ସଂଗ୍ରହ କରିବାକୁ ଯାଇଥିଲେ। ପୋଷ୍ଟରଟି ଗଛରେ ଲାଗିଥିବା ସେ ଦେଖିବାକୁ ପାଇଥିଲେ। ଏହା ପରେ ସେ ଗଛ ମୂଳକୁ ଯାଉଥିଲେ। ଠିକ୍‌ ଏହି ସମୟରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଥିଲା Iମାଓବାଦୀଙ୍କ ବିସ୍ପୋରଣରେ ପ୍ରାଣ ହରାଇଥିଲେ ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳ I

Comments (0)
Add Comment