ନିର୍ମଳା ମିଶ୍ରଙ୍କ ବିୟୋଗରେ ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କ ଶୋକ ପ୍ରକାଶ

ବିଶିଷ୍ଟ ଗାୟିକା ଶ୍ରୀମତୀ ନିର୍ମଳା ମିଶ୍ରଙ୍କ ବିୟୋଗରେ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ପର୍ଯ୍ୟଟନ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଗଭୀର ଶୋକବ୍ୟକ୍ତ କରିଛନ୍ତି। ଏକ ବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ପାତ୍ର କହଛନ୍ତି ଯେ, ଜଣେ ଉଚ୍ଚକୋଟୀର ଗାୟିକା ଭାବରେ ଓଡ଼ିଆ ସଂଗୀତ ଜଗତ ପାଇଁ ସ୍ୱର୍ଗୀୟା ନିର୍ମଳା ମିଶ୍ରଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ l ସ୍ୱର୍ଗୀୟା ମିଶ୍ର, ତାଙ୍କର ସୁମଧୁର ସଂଗୀତର ମୂର୍ଚ୍ଛନା ପାଇଁ ସମସ୍ତଙ୍କ ହୃଦୟରେ ମନେ ରହିବେ l

     ତାଙ୍କ ବିୟୋଗ ଓଡିଆ ସଙ୍ଗୀତ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିବା ସହ ଦିବଂଗତ ଆତ୍ମାର ସଦଗତି କାମନା ପୂର୍ବକ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା  ଜଣାଇଛନ୍ତି।