ଷ୍ଟେଟ୍ ବ୍ୟାଙ୍କ ନେଟ୍ ବ୍ୟାଙ୍କିଙ୍ଗ୍ ସେବା ସାମୟିକଭାବେ ଅଚଳ

ମୁମ୍ବାଇ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗ୍ରାହକମାନେ ଶନିବାର କିଛି ସମୟ ପାଇଁ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ପାଇବାରେ ସମସ୍ୟାର ସମ୍ମୁଖୀନ ହୋଇଥିବା ଜଣାଯାଇଛି । ବ୍ୟାଙ୍କ ନିଜେ ପୂର୍ବରୁ ଏହି ସେବା ସାମୟିକଭାବେ ଅଚଳ ରହିବା ସମ୍ପର୍କରେ ସୂଚନା ଦେଇଥିଲା । ନିୟମିତ ରକ୍ଷଣାବେକ୍ଷଣ କାର୍ଯ୍ୟ ବା ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ ନେଟ ବ୍ୟାଙ୍କିଙ୍ଗରେ ଏହି ସମସ୍ୟା ଦେଖାଦେଇଥିବା ବ୍ୟାଙ୍କ ସୂଚନା ଦେଇଛି ।

ଏସବିଆଇ ମଧ୍ୟ ପୂର୍ବରୁ କହିଥିଲା ଯେ ନେଟ୍ ବ୍ୟାଙ୍କିଂ ସେବା କିଛି ସମୟ ପାଇଁ ବ୍ୟାହତ ହୋଇପାରେ । ଏସବିଆଇ କହିଥିଲା ଯେ ନିର୍ଦ୍ଧାରିତ କାର୍ଯ୍ୟକଳାପ ଯୋଗୁଁ ୧୪ ଅକ୍ଟୋବର ୨୦୨୩ ସକାଳ ୦୦:୪୦ରୁ ଅପରାହ୍ନ ୦୨:୧୦ ପର୍ଯ୍ୟନ୍ତ ଇଣ୍ଟରନେଟ୍ ବ୍ୟାଙ୍କିଂ ଆପ୍ଲିକେସନ୍ ସେବା ଉପଲବ୍ଧ ହେବ ନାହିଁ। ଏହି କାରଣରୁ ବେଶ କିଛି ସମୟ ପାଇଁ ନେଟ୍ ବ୍ୟାଙ୍କିଙ୍ଗ୍ ବନ୍ଦ ରହିଥିଲା । ତେବେ ରାତିରେ ଏହା ହୋଇଥିବାରୁ ଅଧିକାଂଶ ଗ୍ରାହକ ଏ ନେଇ ବିଶେଷ ସମସ୍ୟାର ସମ୍ମୁଖୀନ ହୋଇନଥିଲେ ।

ପୁଣି ନେଟ ବ୍ୟାଙ୍କିଙ୍ଗରେ ଏହି ସମସ୍ୟା ଯୋଗୁଁ ୟୁପିଆଇ ସହ ଲିଙ୍କ୍ ଥିବା ଷ୍ଟେଟ ବ୍ୟାଙ୍କ ଖାତାଗୁଡ଼ିକର ପରିଚାଳନାରେ କୌଣସି ସମସ୍ୟା ହୋଇନଥିଲା । ଆହୁରି ମଧ୍ୟ ବ୍ୟାଙ୍କର ଏଟିଏମ ସେବା ବି ସ୍ବାଭାବିକ ଭାବେ ଜାରି ରହିଥିଲା ବୋଲି ଜଣାଯାଇଛି ।

NATIONAL