ଆର୍ଥିକ ସଙ୍କଟ ମଧ୍ୟରେ ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜାପକ୍ଷେ ,ପ୍ରଧାନମନ୍ତ୍ରୀ ଙ୍କ ସମର୍ଥକ ଓ ବିକ୍ଷୋଭକାରୀ ଙ୍କ ମଧ୍ୟରେ ତୁମୁଳ ସଂଘର୍ଷ

ଦେଶରେ ଆର୍ଥିକ ସଙ୍କଟ ଉଗ୍ରରୂପ ଧାରଣ କରିଥିବାବେଳେ ବିରୋଧୀଙ୍କ ଚାପ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ । ଏହା ସହିତ ଶ୍ରୀଲାଙ୍କାର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଫେସର ଚନ୍ନା ଜୟସୁମାନା ରାଷ୍ଟ୍ରପତିଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଶ୍ରୀଲଙ୍କାରେ ଆର୍ଥିକ ସ୍ଥିତି ସଙ୍ଗିନ ହେବା ପରେ ସେଠିକାର ପରିସ୍ଥତି ଅଣାୟତ୍ତ ହୋଇପଡ଼ି ଥିଲା। ଖାଦ୍ୟ ସାମଗ୍ରୀର ଦର ଆକାଶ ଛୁଆଁ ହେବା ସହ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଘୋର ଅଭାବ ସୃଷ୍ଟି ହୋଇଥିଲା। ପ୍ରଧାନ ମନ୍ତ୍ରୀ ଙ୍କ ଇସ୍ତଫା ନେଇ ଶ୍ରୀଲଙ୍କା ର ସ୍ଥାନୀୟ ଗଣମାଧ୍ୟମ ରେ ରିପୋର୍ଟ ପ୍ରକାଶ ପାଇଛି I

ଏହା ପୁର୍ବରୁ ମହିନ୍ଦା କହିଥିଲେ ଯେ ସେ ଦେଶର ଜନତାଙ୍କ ପାଇଁ କୌଣସି ବି ବଳିଦାନ ଦେବାକୁ ପ୍ରସ୍ତୁତ ବୋଲି କହିଥିଲେ । ତେବେ ତାଙ୍କର ଏହି ପଦକ୍ଷେପକୁ ନେଇ ପୁର୍ବରୁ ଆଭାସ ମିଳିସାରିଥିଲା । ତାଙ୍କ ସାନ ଭାଇ ତଥା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ଉପରେ ଦେଶର ଆର୍ଥିକ ସଙ୍କଟ ମଧ୍ୟରେ ଅନ୍ତରିଣ ସରକାର ଗଠନ କରିବାକୁ ଚାପ ବଢ଼ିଯାଇଥିଲା ।

ଏପରିକି ମହିନ୍ଦା ରାଜପକ୍ଷେଙ୍କୁ ନିଜ ପାର୍ଟି ମଧ୍ୟରେ ଇସ୍ତଫା ଦେବା ପାଇଁ ପ୍ରବଳ ଚାପର ସମ୍ମୁଖୀନ ହୋଇ ଆସୁଥିଲେ। ସୂତ୍ରରୁ ପ୍ରକାଶ ଯେ ତାଙ୍କ ସାନଭାଇ ରାଷ୍ଟ୍ରପତି ଗୋଟାବାୟା ରାପାଜାକସେ ତାଙ୍କ ଇଚ୍ଛାକୁ ସିଧାସଳଖ ପ୍ରକାଶ କରିନାହାଁନ୍ତି କିନ୍ତୁ ତାଙ୍କ ଇସ୍ତଫା ଚାହୁଁଛନ୍ତି। ରାଷ୍ଟ୍ରପତି ତାଙ୍କ ଇସ୍ତଫା ଚାହୁଁଛନ୍ତି ଯାହା ଦ୍ୱାରା ସେ ଜାତୀୟ ଏକତାର ସରକାର ଗଠନ କରିପାରିବେ। ବର୍ତ୍ତମାନର ଅର୍ଥନୈତିକ ସଙ୍କଟ ଦୂର ନହେବା ପର୍ଯ୍ୟନ୍ତ ଏହି ମଧ୍ୟବର୍ତ୍ତୀ ବ୍ୟବସ୍ଥା ସ୍ଥିର ରହିବ।