ଶ୍ରୀ ଲିଙ୍ଗରାଜ ମନ୍ଦିରକୁ ଶିଶୁଙ୍କ ପ୍ରବେଶ ନିଷେଧ ନେଇ କ୍ଷୁବ୍ଧ ହେଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ମହାମାରୀ କରୋନା କଟକଣା ହଟିବା ପରେ ରାଜ୍ୟରେ ଧୀରେ ଧୀରେ ଧର୍ମାନୁଷ୍ଠାନ ଗୁଡିକ ଖୋଲିଛି I ଧର୍ମାନୁଷ୍ଠାନ ଗୁଡିକ ଖୋଲିଥିଲେ ମଧ୍ୟ ବର୍ତମାନ ଚିନ୍ତାର କାରଣ ହେଉଛି ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରଶାସନ ଜାରି କରିଥିବା ନିୟମ ରେ ୧୮ ବର୍ଷରୁ କମ , ପିଲାମାନଙ୍କ ମନ୍ଦିର ପ୍ରବେଶ ନିଷେଧ କରାଯାଇଛି I ଏହା ଫଳରେ ଶ୍ରଦ୍ଧାଳୁମାନେ ମାନେ ପିଲାମାନଙ୍କୁ ସାଥିରେ ନେଇ ମନ୍ଦିର ପ୍ରବେଶ କରି ପାରୁଛନ୍ତି ନାଁ ଭଲରେ ମନ୍ଦିର ଦର୍ଶନ କରିପାରୁଛନ୍ତି ଇ ଯଦି ସେମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରନ୍ତି ତେବେ ପିଲା ମାନଙ୍କୁ ମନ୍ଦିର ବାହାରେ କାହା ଭରସାରେ ଛାଡି କି ଯିବେ ? ପିଲାମାନେ ବାହାରେ ଘଣ୍ଟା ଘଣ୍ଟା ଧରି ଖରା, ବର୍ଷାରେ ଛିଡ଼ା ହେବା ଦ୍ୱାରା ସେମାନଙ୍କ ଶିଶୁ ଅଧିକାର ଉଲ୍ଲଂଘନ ହେଉଛି । ତେଣୁ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନର ଏ ପରି ଅଜବ ନିୟମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ଲିଙ୍ଗରାଜ ମନ୍ଦିରକୁ ଭକ୍ତଙ୍କୁ ପ୍ରବେଶ ଅନୁମତି ଅଛି, ହେଲେ ଶିଶୁଙ୍କୁ ନାହିଁ। ଏପରି ନିୟମ ଲାଗୁ ହେବା ଦ୍ୱାରା ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଭକ୍ତ। ନା ନିଜେ ପ୍ରଭୁଙ୍କ ଦର୍ଶନ କରିବାକୁ ଯାଇପାରୁଛନ୍ତି, ନା ପିଲାଙ୍କୁ ବାହାରେ ଛାଡ଼ି ପାରୁଛନ୍ତି।ତେଣୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ତାଗିଦ କରିଛନ୍ତି ସନ୍ଧ୍ୟାବତୀ ପ୍ରଧାନ ।
ସୂଚନାଯୋଗ୍ୟ, ପୁରୀ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ସମେତ ସେମାନଙ୍କ ଶିଶୁଙ୍କୁ ପ୍ରବେଶ ଅନୁମତି ରହିଛି। ହେଲେ ଲିଙ୍ଗରାଜ ମନ୍ଦିରରେ କୋଭିଡ କଟକଣା ପାଇଁ ଏ ଯାଏଁ ୧୮ ବର୍ଷରୁ କମ୍ ବୟସ୍କଙ୍କୁ ଲିଙ୍ଗରାଜ ମନ୍ଦିରକୁ ବାରଣ କରାଯାଇଛି ।
ଏପରି ନିୟମ ଲାଗୁ ହେବା ପରେ ମନ୍ଦିର ପ୍ରଶାସନ କର୍ତ୍ତୃପକ୍ଷଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ।

Comments (0)
Add Comment