ସାଧାରଣତନ୍ତ୍ର ଦିବସ ପାଳନ ପାଇଁ SRCଙ୍କ ଗାଇଡଲାଇନ୍‌ ଜାରି

ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସ୍‌ଆରସି)ଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁସାରେ, ସାଧାରଣତନ୍ତ୍ର ଦିବସରେ ବ୍ୟକ୍ତିଗତ ଭାବେ ନିଜ ଘରେ ପତାକା ଉତ୍ତୋଳନ ପାଇଁ ୫ ଜଣଙ୍କୁ ଅନୁମତି ଦିଆଯାଇଛି।ସର୍ବସାଧାରଣ ସ୍ଥାନ, ବେସରକାରୀ ସଂସ୍ଥା, କ୍ଲବ ଆଦି ପରିସରରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ୧୦ଜଣରୁ ଅଧିକ ଲୋକଙ୍କ ସମାଗମ ହେବ ନାହିଁ। ଏହା ସହିତ କୋଭିଡ କଟକଣାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆରସି। ସୂଚନାଯୋଗ୍ୟ, ସାଧାରଣତନ୍ତ୍ର ଦିବସରେ ନିଜ ଜିଲ୍ଲାରେ କୌଣସି ନେତା ଓ ମନ୍ତ୍ରୀ ଅତିଥି ଭାବେ ଯୋଗ ଦେଇପାରିବେ ନାହିଁ। ଏପରିକି ସରକାରୀ ଯୋଜନା ପ୍ରଚାର ସମ୍ପର୍କିତ ପ୍ରଜ୍ଞାପନ ମେଢ଼ ସାମିଲ ହେବ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନର ଗାଇଡଲାଇନ ଜାରି କରିଥିଲେ।
କୋଭିଡି ନିୟମ ପାଳନ ଅନୁଯାୟୀ ସାମାଜିକ ଦୂରତା ରକ୍ଷା, ମାସ୍କ ପିନ୍ଧିବା ଓ ସାନିଟାଇଜେସନକୁ ଗୁରୁତ୍ୱ ଦିଆଯାଇଛି। ରାଜ୍ୟସ୍ତରୀୟ, ଜିଲ୍ଲା, ବ୍ଲକ ଓ ପଂଚାୟତସ୍ତରରେ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପୂର୍ବରୁ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍‌ ଲାଗୁ ହେବ।

Comments (0)
Add Comment