ଭୁବନେଶ୍ୱର :୧୫ତମ କନିଷ୍ଠ ଜାତୀୟ ହକି ଚାମ୍ପିୟନସିପ୍ର ରୌପ୍ୟ ପଦକ ବିଜେତା ପୁରୁଷ ବିଭାଗକୁ ସମ୍ବର୍ଦ୍ଧିତ କଲେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ I ପୁରୁଷ ହକି ଦଳର ଏହି ସଫଳତା ପାଇଁ ଦଳର ସମସ୍ତ କ୍ରୀଡ଼ାବିତ୍ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି I ଆଗାମୀ ଭବିଷ୍ୟତରେ ମଧ୍ୟ ଉଚ୍ଚକୋଟୀର ପ୍ରଦର୍ଶନ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିବା ନିମନ୍ତେ ସମସ୍ତ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରିଛନ୍ତି। ଏଥିସହ ଆମ କ୍ରୀଡ଼ାବିତ୍ମାନଙ୍କର ବିଜୟର ଗୌରବମୟ ଜୟଯାତ୍ରା କାମନା କରିଛନ୍ତି।
ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ହକି ଇଣ୍ଡିଆର ପ୍ରେସିଡେଣ୍ଟ ଶ୍ରୀ ଦିଲୀପ ତିର୍କୀ, କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ନିର୍ଦ୍ଦେଶକ ଡ଼. ୟେଦୁଲା ବିଜୟ, ହକି ପ୍ରମୋସନ କାଉନସିଲ, ଓଡ଼ିଶାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦୀପଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।