ଡ଼ାକ ସପ୍ତାହ ପାଳନ ଅବସରରେ ଓଡ଼ିଶାର ୬ ସ୍ୱାଧୀନତା ସଂଗ୍ରାମୀଙ୍କ ନାଁରେ ସ୍ୱତନ୍ତ୍ର ଡ଼ାକ ଲଫାପା

ଡ଼ାକ ସପ୍ତାହ ପାଳନ ଅବସରରେ ଆଜି ଓଡ଼ିଶାର ୬ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ନାଁରେ ସ୍ୱତନ୍ତ୍ର ଡ଼ାକ ଲଫାପା ଉନ୍ମୋଚିତ ହୋଇଛି। ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ ଏହି ସ୍ୱତନ୍ତ୍ର ଡ଼ାକ ଲଫାପାକୁ
ଓଡ଼ିଶା ମାଟିର ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ଚକରା ବିଷୋୟୀ, ଚାଖି ଖୁଣ୍ଟିଆ, ଶହୀଦ ବାଜି ରାଉତ ଓ ପାର୍ବତି ଗିରିଙ୍କ ସ୍ମୃତିରେ ଉନ୍ମୋଚିତ ହୋଇଛି ଲଫାପା। ଆଜି ଉନ୍ମୋଚିତ ହୋଇଥିବା ଲଫାପାକୁ କିଣି ବ୍ୟବହାର କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧମେନ୍ଦ୍ର ପ୍ରଧାନ।। ଏହି ଲଫାପା ବ୍ୟବହାର ହେଲେ ଯାଇ ମହାପୁରୁଷ ଓ ମହିୟସୀ ମହିଳାଙ୍କୁ ସଠିକ ଶ୍ରଦ୍ଧାଞ୍ଜଳି ଦେଇ ହେବ ବୋଲି ଉଭୟ ନେତା କହିଛନ୍ତି।
ଭାରତର ସ୍ୱତନ୍ତ୍ରତା ସଂଗ୍ରାମରେ ଓଡ଼ିଶାର ଏହି ବୀର ଯୋଦ୍ଧାଗଣ ଯେଉଁ ତ୍ୟାଗ, ତପସ୍ୟା, ସାହସ ତଥା ବଳିଦାନ ଦେଖାଇଛନ୍ତି, ତାହା ଅବିସ୍ମରଣୀୟ। ଭାରତ ସରକାରଙ୍କ ପକ୍ଷରୁ ଏଭଳି ପ୍ରଚେଷ୍ଟା ପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଡ଼ାକ ବିଭାଗ ସହ ଜଡ଼ିତ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Comments (0)
Add Comment