ୟୁକ୍ରେନରେ ଫସିରହିଥିବା ଭାରତୀୟ ଙ୍କ ପାଇଁ ସ୍ୱତନ୍ତ୍ର ଆଡଭାଇଜରି,’ଅପରେସନ୍ ଗଙ୍ଗା’ରେ ସାମିଲ ହେଲା ସି-17 ବିମାନ

ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ‘ଅପରେସନ୍ ଗଙ୍ଗା’ ଅଭିଯାନକୁ ଜୋରଦାର କାରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବାୟୁସେନାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଭାରତରୁ ପଠାଯାଉଥିବା ରିଲିଫ୍ ସାମଗ୍ରୀ ମଧ୍ୟ ଶୀଘ୍ର ପହଞ୍ଚିବ । ଭାରତୀୟ ବାୟୁସେନାର ଅନେକ C-17 ବିମାନ ଆଜି ଅପରେସନ୍ ଗଙ୍ଗା ଅଧୀନରେ ଉଡ଼ାଣ ଆରମ୍ଭ କରିବ ।
ଏପର୍ଯ୍ୟନ୍ତ ଭାରତୀୟ ବିମାନ ଅପରେସନ୍ ଗଙ୍ଗା ଅଧୀନରେ ୟୁକ୍ରେନରୁ ଭାରତକୁ ପାଖାପାଖି ୧,୫୦୦ ଲୋକଙ୍କୁ ଆଣିଛି । ହଙ୍ଗେରୀ, ପୋଲାଣ୍ଡ, ସ୍ଲୋଭାକିଆ ସମେତ ୫ଟି ଦେଶ ଦେଇ ନାଗରିକମାନଙ୍କୁ ଘରକୁ ଆଣିବା ପାଇଁ ଭାରତ ସରକାର କାର୍ଯ୍ୟ କରୁଛନ୍ତି । ଏପର୍ଯ୍ୟନ୍ତ 6 ଟି ବିମାନ ଭାରତୀୟଙ୍କୁ ଆଣିଛି । ଏହି ଅଭିଯାନକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ବାୟୁସେନାକୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଲୋକଙ୍କୁ C-17 ଗ୍ଲୋବମାଷ୍ଟର ବିମାନ ମାଧ୍ୟମରେ ଭାରତକୁ ଅଣାଯିବ । ଏହାପୂର୍ବରୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜ୍ୟୋତିରାଦିତ୍ୟ ସିନ୍ଦିଆ, ଭି.କେ ସିଂ, ହାର୍ଦ୍ଦିକ ସିଂ ପୁରୀ ଏବଂ କିରେନ ରିଜିଜୁଙ୍କୁ ଏହି ଅଭିଯାନରେ ଯୋଗଦେବାକୁ କହିଥିଲେ । ଉଦ୍ଧାର କାର୍ଯ୍ୟର ତଦାରଖ କରିବା ପାଇଁ ସମସ୍ତ ମନ୍ତ୍ରୀଙ୍କୁ ପଡୋଶୀ ୟୁକ୍ରେନ ପରିଦର୍ଶନ କରିବାକୁ କୁହାଯାଇଥିଲା ।