ଯଦି ଆପଣ ଶସ୍ତା ସୁନା କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଆଜିଠାରୁ ଆପଣଙ୍କୁ ପାଞ୍ଚ ଦିନ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି ଇ ମୋଦୀ ସରକାର ଆଜିଠାରୁ ଶସ୍ତା ସୁନା ବିକ୍ରି କରିବାକୁ ଯାଉଛନ୍ତି। କିନ୍ତୁ ଆପଣଙ୍କୁ , ଏହି ଅଫର ଅନୁସାରେ ଆପଣ ସୁନାର କୌଣସି ଜିନିଷ କିଣି ପାରିବେ ନାହିଁ। ଏହା ମିଳିବ ବଣ୍ଡ୍ ଆକାରରେ। ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ସୋଭରେନ୍ ଗୋଲ୍ଡ ବଣ୍ଡ ସ୍କିମର ନବମ ସିରିଜ୍ (SGB ସିରିଜ୍ ୯ ) ଆଜିଠାରୁ ଆରମ୍ଭ ହୋଇଛି | ଏହି ଯୋଜନା ପାଞ୍ଚ ଦିନ ପାଇଁ ଚାଲୁ ରହିବ I ଆପଣ ଆଜି ଅର୍ଥାତ୍ ଜାନୁୟାରୀ ୧୦ ରୁ ଜାନୁଆରୀ ୧୪ ପର୍ଯ୍ୟନ୍ତ ଏଥିରେ ବିନିଯୋଗ କରିପାରିବେ |
ମୋଦୀ ସରକାର ଆପଣଙ୍କୁ ସୋଭରେନ୍ ଗୋଲ୍ଡ ବଣ୍ଡରେ ନିବେଶ କରିବାର ସୁଯୋଗ ଦେଉଛନ୍ତି।
୧-ତେବେ ଜାଣନ୍ତୁ ସୋଭରେନ୍ ଗୋଲ୍ଡ ବଣ୍ଡ୍ ବିଷୟରେ କିଛି କଥା
୨-ଏହା ଏକ ସରକାରୀ ଗୋଲ୍ଡ ବଣ୍ଡ୍ ଯାହାକି RBI ତରଫରୁ ଜାରି କରାଯାଇଛି।
୩-ଏହି ଗୋଲ୍ଡ ସ୍କିମ୍ ଆଜିଠୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ରହିବ।
୪-ସୋଭରେନ୍ ଗୋଲ୍ଟ ସ୍କିମ୍ ରେ ସୁଦ୍ଧତା ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ।
୫-ଏହି ଗୋଲ୍ଡ ସ୍କିମ୍ ର ମୂଲ୍ୟ ଇଣ୍ଡିଆର ଜୁଏଲର୍ସ ଆସୋସିଏସନ୍ ଦ୍ୱାରା ପ୍ରକାଶିତ ୨୪ କ୍ୟାରେଟ୍ ସୁଦ୍ଧତା ସୁନା ସହ ଲିଙ୍କ୍ କରାଯାଇଛି।
୬-RBI ସୋଭରେନ୍ ଗୋଲ୍ଡ ବଣ୍ଡ୍ ପାଇଁ ପ୍ରତି ଗ୍ରାମକୁ ୪୭୮୬ ଟଙ୍କା ରଖାଯାଇଛି।
୭-ଅନଲାଇନ୍ ଆପ୍ଲାଏ ବା କିମ୍ବା ଡିଜିଟାଲ୍ ପେମେଣ୍ଟ କଲେ ପ୍ରତି ଗ୍ରାମରେ ୫୦ ଟଙ୍କା ଛାଡ ମିଳିବ। ଆପଣଙ୍କୁ ୧ଗ୍ରାମ୍ ପ୍ରତି ୪୭୩୬ ଟଙ୍କା ଦେବାକୁ ପଡିବ।
୮-ଏହି ସ୍କିମରେ ୫ବର୍ଷ ପର୍ଯ୍ୟନ୍ତ ଲକ୍ଇନ୍ ପିରିୟଡ୍ ଥାଏ ଯାହାକି ୮ବର୍ଷ ପରେ ମାଚ୍ୟୁରିଟି ହୋଇଥାଏ।
୯-RBI ବ୍ୟାଙ୍କ୍ ର ବିଭିନ୍ନ ବ୍ରାଞ୍ଚ ଗୁଡିକ, ପୋଷ୍ଟ ଅଫିସ୍ ଓ ଷ୍ଟକ୍ ଏକ୍ସଚେଞ୍ଜ୍ ଜରିଆରେ ଇନଭେଷ୍ଟ କରିବା ପାଇଁ ଅପସନ୍ ଦେଇଛନ୍ତି।
୧୦-ସୋଭରେନ୍ ଗୋଲ୍ଡ ସ୍କିମରେ ଇସ୍ୟୁ ପ୍ରାଇସ୍ ଉପରେ ପ୍ରତିବର୍ଷ ୨.୫୦ ପ୍ରତିଶତ ଫିକ୍ସଡ୍ ରିଟର୍ଣ୍ଣ ମିଳିବ। ଯାହାକି ପ୍ରତି ୬ ମାସରେ ଆପଣଙ୍କ ଆକାଉଣ୍ଟକୁ ଯିବ।