ସୌମ୍ୟରଂଜନ ଙ୍କ ମା କହିଲେ’ନ୍ୟାୟ ନ ମିଳିଲେ ୭ ଦିନ ମଧ୍ୟରେ ଆତ୍ମାହୁତି ଦେବୁ ‘

ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ବେଗୁନିଆ ଗାଁର ସୌମ୍ୟ ରଞ୍ଜନ ମହାପାତ୍ର ପାରଳାଖେମୁଣ୍ଡିର ACF ଥିଲେ l ତାଙ୍କର ଆଜକୁ ଦେଢ଼ ମାସରୁ ଅଧିକ ହେବ ସନ୍ଦେହଜନକ ଭାବେ ପୋଡି ହୋଇ ମୃତ୍ୟୁ ହୋଇଯାଇଛି l ଗତ ମାସ ଜୁଲାଇ ମାସ ୧୩ ତାରିଖ ଦିନ ସକାଳେ ସେ ନିଆଁରେ ପୋଡି ମୃତ୍ୟୁ ବରଣ କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଥିଲା l କିନ୍ତୁ ପରେ ହତ୍ୟା ମାମଲା ରୁଜୁ ହୋଇଥିଲା। ଏହି ମୃତ୍ୟୁ ପାଇଁ ଖଇରାରେ ପାରଳାଖେମୁଣ୍ଡି ପୁଲିସର ୫ ଜଣିଆ ଟିମ ଖଇରା ବେଗୁନିଆ ଗାଁରେ ପହଁଞ୍ଚି ପରିବାର ଲୋକଙ୍କୁ ପଚରାଉଚରା କରିଥିଲା l ମାତ୍ର ପୋଲିସ ସଠିକ ଭାବରେ ତଦନ୍ତ ନ କରିବାରୁ ସୌମ୍ୟରଞ୍ଜନଙ୍କର ପରିବାର ଲୋକେ ଅସନ୍ତୋଷ ବ୍ୟକ୍ତ କରି ତଦନ୍ତ ପାଇଁ କେଶ ଟିକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା l ତେଣୁ ପାରଳାଖେମୁଣ୍ଡିରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରିରଖିଥିବା ବେଳେ ଏବେ ପୁଲିସ ଭଳି ମନ୍ଥର ଗତିରେ ଚାଲୁଛି l ଜଣେ ଫରେଷ୍ଟଗାର୍ଡଙ୍କୁ ପଚରାଉଚରା କରିବା ପରେ ଘଟଣାଦିନ ଜିଲ୍ଲାପାଳ ରହିଥିବା କହିଥିଲେ l ଏଥିସହିତ ପରିବାର ଲୋକେ ଡ଼ିଏଫଓ, ରୋଷେୟା, ଗୁରାଣ୍ଡି ଓଆଇସି ମମତା ପଣ୍ଡା ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭରତୀ ଙ୍କୁ ଗିରଫ କରିବା ପାଇଁ ବାରମ୍ବାର ଦାବି କରୁଛନ୍ତି l ଏଥି ସହିତ ତାଙ୍କ ପୁଅର ହତ୍ୟାକାରୀକୁ ତୁରନ୍ତ ଧରିବା ପାଇଁ କହିଛନ୍ତି l
ଅନ୍ୟପଟେ ଯଦି ଆସନ୍ତା ୭ ଦିନ ଭିତରେ କାହାକୁ ଗିରଫ କରାନଯାଏ ସୌମ୍ୟଙ୍କ ବାପା ମାଆ ବିଧାନସଭା ଆଗରେ ଆତ୍ମହୁତି ଦେବାକୁ ଚେତାବନୀ ଦେଇଛନ୍ତି। ସୌମ୍ୟଙ୍କ ମା’ କହିଛନ୍ତି ଯେ, ଆମେ ଦେଢ଼ ୪ ମାସ ହେଲା ଅପେକ୍ଷା କରିଛୁ। ଆମ ଛୁଆକୁ ନ୍ୟାୟ ଦରକାର। ଏ ପର୍ଯ୍ୟନ୍ତ ଆମକୁ ନ୍ୟାୟ ନ ମିଳିବାରୁ ଆମେ ।୭ ଦିନ ସମୟ ଦେଇଛୁ। ଏହା ଭିତରେ ଯଦି ବିଦ୍ୟାଭାରତୀଙ୍କୁ ଗିରଫ କରାନାଯାଏ ତେବେ ଆମେ ବାପା-ମା ଆତ୍ମାହୁତି ଦେବୁ। ଏମିତି ତ ନ୍ୟାୟ ମିଳିବନି। ଆମେ ବଞ୍ଚିକି କଣ କରିବୁ ବୋଲି ସେ ପ୍ରଶ୍ନ କରିଛନ୍ତି। କ୍ରାଇମବ୍ରାଞ୍ଚ ଏ ପର୍ଯ୍ୟନ୍ତ କାହାରିକୁ ଧରି ପାରି ନାହିଁ ତେଣୁ ସିବିଆଇ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି। ତେବେ ପରିବାର ଲୋକେ ପୁଲିସ ଉପରେ ଆସ୍ଥା ହରାଇବା ପରେ ଏବେ କ୍ରାଇମବ୍ରାଞ୍ଚ ଉପରେ ମଧ୍ୟ ଭରଷା ହରାଇଲେଣି l ତେଣୁ କେବେ ମୃତ ସୌମ୍ୟରଞ୍ଜନଙ୍କର ପରିବାର ଲୋକଙ୍କୁ ନ୍ୟାୟ ମିଳୁଛି ତାହା ଦେଖିବାକୁ ବାକି ରହିଲା।

Comments (0)
Add Comment