ସୌମ୍ୟରଞ୍ଜନ ବାପାଙ୍କ ସଙ୍ଗୀନ ଅଭିଯୋଗ, ପୁଅ ର ମୃତ୍ୟୁ ପଛରେ ଜଙ୍ଗଲ ବିଭାଗର ରହିଛି ପୁରା ସମ୍ପୃକ୍ତି

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ନୂଆ ଦିଗ ଉନ୍ମୋଚନ ହେଉଛି । କିନ୍ତୁ ଏ ଯାଏ ଜଣେ ଯୁବ ଅଫିସର ଙ୍କ ରହସ୍ୟ ଜନକ ମୃତ୍ୟୁ ପଛରୁ ପରଦା ଉଠି ପାରୁ ନାହିଁ I ପାରଳାଖେମୁଣ୍ଡି ପୋଲିସ ର ସଠିକ ତଦନ୍ତ ନ ହେବାରୁ ଏହି କେଶ ଟି କୁ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି I କ୍ରାଇମବ୍ରାଞ୍ଚ ସବୁ ଦିଗରୁ ଖୋଳତାଡ଼ ଆରମ୍ଭ କରି ବହୁ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆଣି ପାରିଛି I ଏବେ ସୌମ୍ୟଙ୍କ ବାପା ଅଭିରାମ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ,ମୋ ପୁଅ କୁ ମାରିବା ପାଇଁ ମିଳିତ ଭାବେ ଷଡ଼ଯନ୍ତ୍ର କରାଯାଇଥିଲା । ଘଟଣା ପଛରେ ଜଙ୍ଗଲ ମନ୍ତ୍ରୀଙ୍କ କାର୍ଯ୍ୟାଳୟର ହାତ ରହିଛି । ନ ହେଲେ ମୋ ପୁଅ ମୃତ୍ୟୁ କୁ ୨ ମାସ ହେବାକୁ ବସିଲାଣି କିନ୍ତୁ ଆଜି ଯାଏ ବିଭାଗ ପକ୍ଷ ରୁ ମୃତ୍ୟୁ ର ରହସ୍ୟ ଉନ୍ମୋଚନ କରିବା ପାଇଁ କୌଣସି ତତ୍ପରତା ପକାଶ ପାଇନାହିଁ I ତେଣୁ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ଓ DFOଙ୍କୁ ସସପେଣ୍ଡ୍ କରାଯାଉ ଏହି ଘଟଣା ପଛରେ ଜଙ୍ଗଲ ବିଭାଗର ପୁରା ସମ୍ପୃକ୍ତି ରହିଛି । ତେଣୁ ମନ୍ତ୍ରୀ ଙ୍କ ପିଏସ ଙ୍କୁ ରାତିଅଧିଆ କୋରାପୁଟ ଟ୍ରାନ୍ସଫର କରା ହେଲା I
ମନ୍ତ୍ରୀ ଏବଂ ତାଙ୍କ ପୁରୁଣା ପିଏସ୍,ଓ ଡିଏଫଓଙ୍କ ମୋବାଇଲ୍ ସିଜ୍ କରାଯାଉ । ମନ୍ତ୍ରୀଙ୍କ ପାଖରେ କଣ ପହଞ୍ଚି ପାରିବ କି କ୍ରାଇମବ୍ରାଞ୍ଚ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟଙ୍କ ବାପା । ସରକାରଙ୍କ ମାନବିକତା ଥିଲେ ତଦନ୍ତଭାର ସିବିଆଇକୁ ଦିଅନ୍ତୁ ବୋଲି କହିଛନ୍ତି ଅଭିରାମ ।

Comments (0)
Add Comment