ସୌମ୍ୟ ରଞ୍ଜନ ହତ୍ୟା ମାମଲା: ତଦନ୍ତ ପାଇଁ ଭୁବନେଶ୍ୱରରେ NHRC ଟିମ୍, ୫ ଦିନ ଧରି ଚାଲିବ ଖୋଳତାଡ଼

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ଚାଞ୍ଚଲ୍ୟକର ହତ୍ୟା ଘଟଣାର ଅଧିକ ଖୋଳତାଡ଼ କରିବ ଜାତୀୟ ମାନବାଧିକାର କମିଶନ (NHRC)ଙ୍କ ଏକ ସ୍ୱତନ୍ତ୍ର ଟିମ୍। ଏହି ମାମଲାର ଅନୁସନ୍ଧାନ ପାଇଁ NHRC ତଦନ୍ତ ୱିଙ୍ଗ୍‌ର ଦୁଇ ବରିଷ୍ଠ ଅଧିକାରୀ ରାଜେନ୍ଦ୍ର ସିଂ ଏବଂ ଅବିନାଶ କୁମାର ଆଜି (ସୋମବାର) ଓଡ଼ିଶାରେ ପହଞ୍ଚିଛନ୍ତି। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏହି ଦୁଇ ଜଣିଆ ଟିମ୍ ଭୁବନେଶ୍ୱରରେ ରହି ବହୁଚର୍ଚ୍ଚିତ ବାଲିଅନ୍ତା ବର୍ବରକାଣ୍ଡର ଘଟଣାସ୍ଥଳ ପରିଦର୍ଶନ ସହ ବିଭିନ୍ନ ଦିଗରୁ ତଦନ୍ତ କରିବାର କାର୍ଯ୍ୟକ୍ରମ ରହିଛି। କମିଶନଙ୍କ ନିର୍ଦ୍ଦେଶ କ୍ରମେ ଏହି ଟିମ୍ ପ୍ରତ୍ୟକ୍ଷ ଭାବେ ତଥ୍ୟ ସଂଗ୍ରହ କରିବା ସହ ଘଟଣାର ସବିଶେଷ ରିପୋର୍ଟ ଆୟୋଗଙ୍କ ନିକଟରେ ଦାଖଲ କରିବେ।

Soumya Ranjan murder case: NHRC team in Bhubaneswar for investigation