ସୌମ୍ୟ ମୃତ୍ୟୁ ମାମଲା : ବଦଳିବେ ତଦନ୍ତ କାରୀ ପୋଲିସ

  • ପାରଳାଖେମୁଣ୍ଡି ଯୁବ ବନ ସଂରକ୍ଷକ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁକୁ ମାସେ ପୂରିବଅକୁ ବସିଲାଣି । କିନ୍ତୁ ଏ ପର୍ଯ୍ୟନ୍ତ ଏହି ମୃତ୍ୟୁ ଘଟଣା ଉପରୁ ପରଦା ହଟି ପାରୁ ନାହିଁ । ଏଥିପାଇଁ ପରିବାର ଲୋକେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରି କରିବାରେ ପରେ ବର୍ତ୍ତମାନ କେସରେ ଅଗ୍ରଗତି ଘଟିବ ବୋଲି ଆଶା କରାଯାଉଛି I ବର୍ତମାନ ଏହି ଘଟଣା ରାଜ୍ୟ ର ଏକ ପ୍ରମୁଖ ଚର୍ଛିତ ଖବର ହୋଇଗଲାଣି । ତେଣୁ ଏବେ ଆଶା କରାଯାଉଛି ମୁଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ପରେ ତଦନ୍ତ ରେ କିଛି ନୂଆ ମୋଡ଼ ନେଇପାରେ । ଏହି ଘଟଣାରେ ଡିଏଫଓଙ୍କ ସହିତ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସମ୍ପର୍କ ରହିଥିବା ନେଇ ସୌମ୍ୟଙ୍କ ପରିବାର ସବୁବେଳେ ଅଭିଯୋଗ କରିଆସୁଥିଲେ, ତେବେ ପ୍ରାପ୍ତ ଖବର ଅନୁଯାୟୀ ସୌମ୍ୟଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ୱ ଜଣେ ନୂଆ ଅଧିକାରୀଙ୍କୁ ଦିଆଯିବ । ଜଙ୍ଗଲ ମନ୍ତ୍ରୀ, ଡିଏଫଓ ଓ ପୋଲିସ ଭୂମିକା କୁ ନେଇ ସୌମ୍ୟଙ୍କ ପରିବାର ଲୋକ ବାରମ୍ବାର ପ୍ରଶ୍ନ ଉଠାଇ ଆସୁଥିଲେ ।
  • ପୂର୍ବରୁ ଏହି ଘଟଣାରେ ପୋଲିସ ଡିଏଫଓଙ୍କୁ ଗୋଟିଏ ଦିନରେ କ୍ଲିନ୍ ଚିଟ୍ ଦେଇଥିଲା । କାହା ଚାପରେ ପଡ଼ି ପୋଲିସ କ୍ଲିନଚିଟ୍ ଦେଇଥିଲା ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଜଙ୍ଗଲ ମନ୍ତ୍ରୀ ଓ ଡିଏଫଓ ଏହି ଷଡ଼ଯନ୍ତ୍ରରେ ସାମିଲ ରହିଥିବା ସୌମ୍ୟଙ୍କ ବାପା ଅଭିଯୋଗ କରିଛନ୍ତି । ପ୍ରାପ୍ତ ସୂଚନା ମୁତାବକ, ଡିଏଫଓ ଅନେକ ସମୟରେ ଜଙ୍ଗଲ ମନ୍ତ୍ରୀ ଓ ବିଦ୍ୟାଭାରତୀଙ୍କ ସହ ହ୍ୱାଟସଆପରେ କଥା ହେଉଥିବା ଏବେ ଜଣାପଡ଼ିଛି । ବିଦ୍ୟାଭାରତୀ ଓ ଡିଏଫଓଙ୍କ ବିଷୟରେ ଅନେକ ପ୍ରମାଣ ପୋଲିସ ହାତରେ ଲାଗିଛି । ଏପରିକି ସାଇ ପଡ଼ିଶା ଏହି ଘଟଣାରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସକୁ ଦେଇଥିଲେ ହେଁ ପୋଲିସ ତାହାକୁ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ତେବେ କ’ଣ ଘଟିଥିଲା ସେଦିନ ରାତିରେ? ସୌମ୍ୟଙ୍କ ମୃତ୍ୟୁ ବାସ୍ତବରେ ହତ୍ୟା ନା ଆତ୍ମହତ୍ୟା, ଏହା ଜାଣିବାକୁ ପାଇଁ ରାଜ୍ୟବାସୀ ଚାହିଁ ବସିଛନ୍ତି । ତେବେ ଠିକ୍ ଭାବେ ତଦନ୍ତ କରାନଯିବାରୁ ଅଭିଯୁକ୍ତମାନେ ଖସି ଯାଇଛନ୍ତି । ପୋଲିସର ତଦନ୍ତକୁ ବାଟବଣା କରାଯାଉଛି ବୋଲିସ ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ କରିଆସୁଛନ୍ତି । ତେବେ ନୂଆ ତଦନ୍ତ ଅଧିକାରୀ ସୌମ୍ୟଙ୍କ ପରିବାରକୁ ନ୍ୟାୟ ଦେବାରେ ସକ୍ଷମ ହେବେ ବୋଲି ଆଶା କରାଯାଉଛି ।
Comments (0)
Add Comment