ସୌମ୍ୟ ମୃତ୍ୟୁ ମାମଲା :ଡ଼ିଏଫଓ ଙ୍କ ହେଲା ଲାଇ ଡିଟେକ୍ସନ ଟେଷ୍ଟ

ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କର ହୋଇଛି ଲାଇ ଡିଟେକ୍ସନ ଟେଷ୍ଟ। ଭୁବନେଶ୍ୱର ଫୋରେନସିକ୍‌ ଲ୍ୟାବରେ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଛି। ତାଙ୍କୁ ପ୍ରାୟ ୩ ଘଣ୍ଟା କାଳ ଟେଷ୍ଟରେ ୧୦୦ ପ୍ରଶ୍ନ ପ୍ରଚରା ଯାଇଥିବା ସୂଚନା ମିଳିଛି। ଲାଇ ଡିଟେକ୍ସନ ଟେଷ୍ଟ ନେଇ ବିଶ୍ୱସ୍ତ ସୂତ୍ରରୁ ମିଳିଛି ସୂଚନା। ସେପଟେ ସୌମ୍ୟଙ୍କ ରୋଷେୟା ମନ୍ମଥ କୁମ୍ଭଙ୍କର ଲାଇ ଡିଟେକ୍ସନ ଟେଷ୍ଟ ହୋଇଥିବା ସୂଚନା ମିଳିଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ବିବାଦରେ ଥିଲେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା। ବିଦ୍ୟାଭାରତୀଙ୍କ ସହିତ ତାଙ୍କ ଅନୈତିକ ସମ୍ପର୍କ ଥିବା ଇଙ୍ଗିତ କରାଯାଇଥିଲା। ଏପରିକି ସୌମ୍ୟାଙ୍କ ପରିବାର ଲୋକ ସିଧାସିଧା ଆଙ୍ଗୁଳି ନିର୍ଦ୍ଦେଶ କରିବା ସହିତ ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସୌମ୍ୟଙ୍କ ବାପାଙ୍କ ଅଭିଯୋଗ ଆଧାରରରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ଡିଏଫ୍‌ଓ, ରୋଷେୟାଙ୍କୁ ପୂର୍ବତନ ପାରଳାଖେମୁଣ୍ଡି ଏସ୍‌ପି କ୍ଲିନ୍‌ଚିଟ୍‌ ଦେଇଥିଲେ। ଯାହାକୁ ସୌମ୍ୟଙ୍କ ପରିବାର ଲୋକେ ବିରୋଧ କରିଥିଲେ। ପୁଅ ହତ୍ୟାକରୀଙ୍କୁ ଗିରଫ କରାନଗଲେ ଆତ୍ମାହୂତି ଦେବୁ ବୋଲି ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ ସୌମ୍ୟଙ୍କ ବାପା-ମାଆ। ଏହାପରେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଡିଜିପି ନିର୍ଦ୍ଦେଶ ଦେଇଥିଲେ।
ତେବେ ସୌମ୍ୟଙ୍କ ବାପାଙ୍କ ଅଭିଯୋଗ ପରେ ପାରଳାଖେମୁଣ୍ଡି ଥାନା ପୁଲିସ ପରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି। ଏହି ଡିଟେକ୍ସନ ଟେଷ୍ଟ କୁ ସୌମ୍ୟଙ୍କ ପରିବାର ଲୋକେ ଏକ ପ୍ରହସନ ବୋଲି କହିଛନ୍ତି ଇ ତାଙ୍କ ମାମୁ ଅଭିଯୋଗ କରିଛନ୍ତି ଯେ ସୌମ୍ୟଙ୍କ ମୃତ୍ୟୁ କୁ ଅଢେଇମାସ ରୁ ଅଧିକ ବିତିଯାଇଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ କେବଳ ଅନ୍ଧାର ରେ ବାଡ଼ିବୁଲେଇ ସମୟ ଗଡେଇ ଚାଲିଛି I

Comments (0)
Add Comment