ଦଳରୁ ବିଦା ହେଲେ ସୌମ୍ୟ ଓ ସୁଧାଂଶୁ

ଭୁବନେଶ୍ୱର : ବିଜେଡିରୁ ବହିଷ୍କାର ହେଲେ ଦୁଇ ବିଧାୟକ l ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଖଣ୍ଡପଡ଼ା ବିଧାୟକଙ୍କୁ ବିଜେଡିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ସୌମ୍ୟଙ୍କ ସହ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ମଧ୍ୟ ଦଳରୁ ବହିଷ୍କୃତ ହୋଇଛନ୍ତି । ୨ ବିଧାୟକଙ୍କୁ ଦଳରୁ ବିଦା କଲା ବିଜେଡି ସୁପ୍ରିମୋ l ଜନ ବିରୋଧୀ କାର୍ଯ୍ୟ ଲାଗି ସୌମ୍ୟଙ୍କ ବିରୋଧରେ ଆକ୍ସନ ନିଆଯାଇଛି ବୋଲି କୁହାଯାଇଛି ।

ଏହା ବ୍ୟତିତ ଲୋନ୍ ସ୍କାମରେ ସୌମ୍ୟଙ୍କ ବିରୋଧରେ ବିଭିନ୍ନ ଦଫା ଲାଗିଛି । ସୌମ୍ୟ ନିଜର ଗଣମାଧ୍ୟମକୁ ଢ଼ାଲ କରି ବାରମ୍ବାର ମିଛ ଖବର ପ୍ରସାରଣ କରୁଥିଲେ । ଏପରିକି ବହୁ କର୍ମଚାରୀଙ୍କ ନାଁରେ ଲୋନ କରିଥିବାବେଳେ ଜନସାଧାରଣଙ୍କୁ ଠକୁଥିବା ଭଳି ସଙ୍ଗୀନ ଅଭିଯୋଗମାନ ତାଙ୍କ ନାଁରେ ଅଭିଯୋଗ ରହିଛି । ସେହିପରି ରେମୁଣା ବିଧାୟକ ସୁଧାଂଶୁଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି । ସବସିଡି ସ୍କାମ ପାଇଁ ସୁଧାଂଶୁ ବିଦା ହୋଇଛନ୍ତି । ସବସିଡି ପ୍ରଦାନ କ୍ଷେତ୍ରରେ ଘୋଟାଲା କରିଥିବା କାରଣରୁ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଏପରି ଆକ୍ସନ ନେଇଛନ୍ତି ।

ଜନ ବିରୋଧୀ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ସୌମ୍ୟଙ୍କ ବିରୋଧରେ ଆକ୍ସନ ନେଇଛନ୍ତି । ୫୦୬, ୪୬୭, ୪୬୮, ୪୭୧, ୪୨୦, ୧୦୨ (ଖ)ରେ ମାମଲା ରୁଜୁ ହୋଇଥିଲା । ସୌମ୍ୟଙ୍କ ବିରୋଧରେ ଲାଗିଥିବା ଦଫା ଗୁଡ଼ିକ ଜାମିନୀ ବିହିନ । ତେବେ ରେମୁଣା ବିଧାୟକ ସୁଧାଂଶୁଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି । ସେ ଘୋଟାଲା କରିଥିବା ଅଭିଯୋଗ ଲାଗିଥିବାବେଳେ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଆକ୍ସନ ନେଇଛନ୍ତି ।