କଂଗ୍ରେସରେ ସାମିଲ ହେଲେ ସୋନୁ ସୁଦଙ୍କ ଭଉଣୀ

ବଲିଉଡ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦ ପଞ୍ଜାବରେ କଂଗ୍ରେସ ଦଳରେ ସାମିଲ ହେଇଛନ୍ତି । ପୂର୍ବରୁ ସୋନୁ ସୁଦ ରାଜନୀତିରେ ସାମିଲ ହେବାନେଇ ଚର୍ଚା ଜାରି ରହିଥିଲା । ହେଲେ କେଉଁ ରାଜନୈତିକ ଦଳ ରେ ଯୋଗ ଦେବେ ସେ ନେଇ ସ୍ପଷ୍ଟ କରିଁ ଥିବା ବେଳେ ଶନିବାର ସନ୍ଧ୍ୟାରେ ତାଙ୍କ ଭଉଣୀ ପଞ୍ଜାବ କଂଗ୍ରେସ ରେ ସାମିଲ ହୋଇ ଦଳ ର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । ଯାହା ଜଣାପଡୁଛି ସେ ପଞ୍ଜାବର ମୁଗା ଆସନରୁ ସେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିପାରନ୍ତି । ଏନେଇ ସୋମବାର ଦିନ ବିଧି ବଧ ଭାବେ ଘୋଷଣା ହୋଇପାରେ । ସୋନୁ ସୁଦ ରାଜନୀତିରେ ସକ୍ରିୟ ହେଉଥିବା ନେଇ କିଛିଦିନ ହେବ ଚର୍ଚ୍ଚା ଜୋର ଧରିଥିବା ବେଳେ ସେ ମୁଗା ନିର୍ବାଚନୀ କ୍ଷେତ୍ରରେ ଅନେକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ ।
ତେବେ ନିର୍ବାଚନ କମିସନଙ୍କ ଘୋଷଣା ସହ ସୁଦ ପରିବାରଙ୍କ ନିକଟତମ କଂଗ୍ରେସ ନେତା ମାଲବିକାଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏଥିରୁ ସୁଦ ପରିବାର କଂଗ୍ରେସର ହାତ ଧରିଥିବା ସ୍ପଷ୍ଟ ହୋଇଯାଇଛି। ତେବେ ଏହା ପୂର୍ବରୁ ସୋନୁ ସୁଦ ଆମ ଆଦମୀ ପାର୍ଟି ଜାତୀୟ ଆବାହକ ଅରବିନ୍ଦ କେଜରୀୱାଲ ଓ ଅନ୍ୟ ରାଜନୈତିକ ଦଳର ନେତାଙ୍କୁ ଭେଟିଥିଲେ ହେଁ କେଉଁ ଦଳକୁ ତାଙ୍କ ପରିବାର ସମର୍ଥନ କରିବ ତାହା ସ୍ପଷ୍ଟ କରିନଥିଲେ।
ତେବେ ବର୍ତ୍ତମାନ ସେ ନିଜେ ରାଜନୀତିରେ ପ୍ରବେଶ କରିବାକୁ ମନା କରି ନିଜ ଭଉଣୀଙ୍କୁ କଂଗ୍ରେସରେ ଯୋଗ ଦେବାକୁ ଉତ୍ସାହିତ କରିଛନ୍ତି ।

Comments (0)
Add Comment