ସୋନାଲି ଙ୍କ ମୃତ୍ୟୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ,ଦୋଷ ସ୍ୱୀକାର କଲେ ସୁଧୀର ସାଙ୍ଗୱାନ

ସୋନାଲି ଫୋଗାଟଙ୍କ ହତ୍ୟା ମାମଲାରେ ଗୋଆ ପୋଲିସର ସୂତ୍ରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୋନାଲି ଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଛି I ସୋନାଲି ଙ୍କ ପି.ଏ. ଅଭିଯୁକ୍ତ ସୁଧୀର ସାଙ୍ଗୱାନ ହେଉଛନ୍ତି ଏଥିରେ ମାଷ୍ଟର ମାଇଣ୍ଡ । ସୂଚନାନୁସାରେ, ସୁଧୀର ସାଙ୍ଗୱାନ୍ ପୋଲିସକୁ କହିଛନ୍ତି ଯେ ସୋନାଲୀଙ୍କୁ ସୁଟିଂ ବିଷୟରେ ଗୁରଗ୍ରାମରୁ ଗୋଆକୁ ଆଣିବା ଥିଲା ଏକ ଷଡଯନ୍ତ୍ରର । କିନ୍ତୁ ପ୍ରକୃତରେ ସେଇଭଳି କୌଣସି ସତିଙ୍ଗ ହେବାର ହିଁ ନ ଥିଲା I ତେବେ ଏହି ଷଡଯନ୍ତ୍ର ବହୁ ପୂର୍ବରୁ ଯୋଜନା କରାଯାଇଥିଲା। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଶୀଘ୍ର ଏହି ମାମଲାରେ ଚାର୍ଜସିଟ ଦାଖଲ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ସୋନାଲି ଫୋଗଟ ଙ୍କ ହତ୍ୟା ମାମଲାରେ ଗୋଆ କୋର୍ଟ ତିନି ଅଭିଯୁକ୍ତଙ୍କୁ ୭ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଏହି ମାମଲାରେ ସୋନାଲି ଫୋଗାଟର ପି.ଏ ସୁଧୀର ସାଙ୍ଗୱାନ୍, ଅନ୍ୟ ଜଣେ ସହଯୋଗୀ ସୁଧୀର ସିଂ, ରେଷ୍ଟୁରାଣ୍ଟ ମାଲିକ ଏଡୱିନ୍ ନ୍ୟୁନ୍ସ, ଡ୍ରଗ୍ ଚୋରା ଚାଲାଣକାରୀ ଦତ୍ତପ୍ରସାଦ ଗାଓଁକର ଏବଂ ରାମଦାସ ମାଣ୍ଡ୍ରେକରଙ୍କୁ ଗିରଫ କରାଯାଇଛି।

ସୂଚନାନୁସାରେ ଟିକଟକ ଷ୍ଟାର ରୁ ଲୋକପ୍ରିୟତା ହାସଲ କରି ରାଜନେତା ବନିଥିବା ସୋନାଲୀଙ୍କୁ ୨୩ ଅଗଷ୍ଟରେ ଉତ୍ତର ଗୋଆରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା I ଡାକ୍ତରଖାନIରେ ତାଙ୍କୁ ମୃତ ଘୋଷିତ କରାଯାଇଥିଲେ I ସୋନାଲୀଙ୍କର ହୃଦ୍ଘାତ ରେ ମୃତ୍ୟୁ ଘଟିଛି ବୋଲି ତାଙ୍କ ପି.ଏ. ସୁଧୀର ସାଙ୍ଗୱାନ ପ୍ରଚାର କରିଥିଲେ I କିନ୍ତୁ ସୋନାଲୀଙ୍କ ପରିବାର ତରଫରୁ ଏହାକୁ ଖଣ୍ଡନ କରାଯାଇ ସିବିଆଇ ତଦନ୍ତ ଦାବି କରାଯାଇଥିଲା I ଏହାପରେ ଗୋଆ ପୋଲିସ ତଦନ୍ତ କୁ ଜୋରଦାର କରି ଅସଲ ତଥ୍ୟ ପଦାକୁ ଆଣିଥିଲା I କହିରଖୁଛୁକି ୬ ବର୍ଷ ପୂର୍ବରୁ ସୋନାଲୀଙ୍କ ସ୍ୱାମୀଙ୍କର ମଧ୍ୟ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା I ଉଭୟଙ୍କର ଏକ ୧୩ ବର୍ଷ ବୟସ ର କନ୍ୟା ସନ୍ତାନ ରହିଛନ୍ତି I