ଡୁମୁଡୁମାରେ ମାଟିରେ ମିଶିଲା ସିଟୁ ଅଫିସ

ଭୁବନେଶ୍ୱର () : ଡୁମୁଡୁମାରେ ସିଟୁ ଅଫିସ ମାଟିରେ ମିଶିଲା ବିଡିଏ ଏନ୍ଫୋର୍ସମେଣ୍ଟ ଟିମ୍ ସିଆଇଟିୟୁ(ସିଟୁ) ଅଫିସକୁ ଭାଙ୍ଗିଲା ବେଳେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ପୋଲିସର ହସ୍ତକ୍ଷେପ ପରେ ଉକ୍ତ ଅଫିସକୁ ଭାଙ୍ଗିଥିଲା ବିଡିଏ
ଓଡ଼ିଶା ରାଜ୍ଯ ଗୃହ ନିର୍ମାଣ ସ୍କିମ ଅନ୍ତର୍ଗତ ଡୁମୁଡୁମା ମୌଜାରେ ବେଆଇନ ଭାବେ ଏକ ସିଟୁ ଅଫିସ ନିର୍ମାଣ ହୋଇଥିଲା ରାଜ୍ଯ ଗୃହ ନିର୍ମାଣ ବୋର୍ଡର ରିକୁ୍ଯଜିସନକ୍ରମେ ବିଡିଏ ପକ୍ଷରୁ ଉଚ୍ଛେଦ ପାଇଁ ପଞ୍ଚିଥିଲା ଏନଫୋର୍ସମେଣ୍ଟ ଟିମ ତେବେ ସେଠାରେ ସିଟୁର କର୍ମକର୍ତ୍ତା ଓ ବିଡିଏ ଏନଫୋର୍ସମେଣ୍ଟ ଟମ୍ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ତେବେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଓ ପୋଲିସ ହସ୍ତକ୍ଷେପ କରିବା ସହିତ ସିଟୁର କର୍ମକର୍ତ୍ତାଙ୍କୁ ବୁଝାସୁଝା ପରେ ଉଚ୍ଛେଦ କାର୍ଯ୍ଯ ଆରମ୍ଭ ହୋଇଥିଲା ଏଥିରେ ଦୁଇଟି ଆଜବେଷ୍ଟର୍ସ ଘର ଓ ଗୋଟିଏ ସଂପ୍ରସାରଣ ଅଂଶକୁ ମାଟିରେ ମିଶାଇଥିଲା ବିଡିଏ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଗୋଟିଏ ସେକ୍ସନ ପୋଲିସ ମୁତୟନ କରାଯାଇଥିଲା ଉଚ୍ଛେଦ ବେଳେ ବିଡିଏ ଏନଫୋର୍ସମେଣ୍ଟ (ଓଏସ୍ଡି) ଦେବରାଜ ସେଠୀ, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତିଙ୍କ ତତ୍ତ୍ବାବଧାନରେ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ନମ୍ବର 22,23, 24 ଓ 25 ଏବଂ ପ୍ରାଇଡ୍ ଟିମ ନମ୍ବର 4 ଓ 6 ଉପସ୍ଥିତ ଥିଲେ