ସଫ୍ଟୱେୟାର ଇଞ୍ଜିନିୟର ଙ୍କ ଆତ୍ମହତ୍ୟା , ପୋଲିସ କୁ ମିଳିଲା ସୁରାଗ

ସପ୍ଟୱେୟାର ଇଞ୍ଜିନିୟର ଶ୍ଵେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣାରେ ପୋଲିସକୁ ମିଳିଛି ସୁରାଗ। ଆତ୍ମହତ୍ୟା ପଛରେ ରହିଛି ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ର ଙ୍କ ମାନସିକ ନିର୍ଯାତନା। ପରିବାର ତରଫ ରୁ ଅଭିଯୋଗ ହୋଇଛି ସୌମ୍ୟଜିତ ତାଙ୍କ ଝିଅକୁ ମାନସିକ ନିର୍ଯାତନା ଦେବା ସହ ବ୍ଲାକମେଲ କରୁଥିଲେ I
ସୂଚନାନୁସାରେ ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା କୁମାରୀ ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ଏକ ଆପାର୍ଟମେଣ୍ଟ ରେ ଭଡାରେ ରହୁଥିଲେ । ଶନିବାର ପୋଲିସ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରିଥିଲା । ଶ୍ୱେତାଙ୍କ ଆପାର୍ଟମେଣ୍ଟରୁ ଜବତ ହୋଇଥିବା ଡାଏରୀରୁ ତାଙ୍କ ପୁରୁଷ ବନ୍ଧୁ କା ସମ୍ପର୍କରେ ପୋଲିସ କୁ ସୁରାଗ ମିଳିଥିଲା । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାବେଳେ,ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫୋଟୋ ରଖି ସୌମ୍ୟଜିତ ବ୍ଲାକମେଲ କରୁଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି I ଏହାପରେ ସୌମ୍ୟଜିତ ଙ୍କ ସମ୍ବଲପୁର ସ୍ଥିତ ଘରକୁ ଝିଅ ର ବିବାହ ପ୍ରସ୍ତାବ ନେଇ ଘର ଲୋକେ ଯାଇଥିଲେ I କିନ୍ତୁ ସୌମ୍ୟଜିତ ଙ୍କ ଘର ଲୋକେ ବିବାହ ପାଇଁ ମନା କରିବା ସହିତ ତାଙ୍କୁ ଦୁର୍ବ୍ୟବହାର କରିଥିଲେ I ଏହି ସବୁ କାରଣରୁ ଶ୍ଵେତା କୁମାରୀ ମାନସିକ ଦୁଶ୍ଚିନ୍ତା ରେ ରହୁଥିଲେ I ତେବେ ଶ୍ଵେତା ଆତ୍ମହତ୍ୟା କରିବା ପୂର୍ବରୁ ସୌମ୍ୟଜିତ ଙ୍କୁ ବାରମ୍ୱାର ଫୋନ କରିଥିଲେ ମଧ୍ୟ ସେ କଲ ରିସିଭ କରି ନ ଥିଲେ I ଶ୍ଵେତା ଙ୍କ କଲ ଡିଟେଲ୍ସ ଯାଞ୍ଚ ପରେ ଖୁବଶୀଘ୍ର ସୌମ୍ୟଜିତ ଙ୍କୁ ଡକାଇ ପଚରା ଉଚରା କରିବ ପୋଲିସ I