ଭୁବନେଶ୍ୱର,୧୬/୧୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରାୟୋଜିତ ଟେକ୍ ଷ୍ଟାର୍ଟ -ଅପ୍ “ୱିୱେର୍” ଦୁବାଇରେ ସୁପର୍ନୋଭା ଚ୍ୟାଲେଞ୍ଜ ଟାଇଟଲ୍ ହାସଲ କରିଛି । ଦୁବାଇ ଠାରେ ବିଶ୍ୱର ସବୁଠାରୁ ବଡ ଟେକ୍ ଓ ଷ୍ଟାର୍ଟ – ଅପ୍ ଇଭେଂଟ “ଗିଟେକ୍ସ୍ ଗ୍ଲୋବାଲ୍ ୨୦୨୨” ରେ ଯୁବ ଉଦ୍ୟୋଗୀ କ୍ୟାଟେଗୋରୀ ରେ ଏହି ପୁରସ୍କାର ହାସଲ କରିଛନ୍ତି ସୋଆର ଷ୍ଟାର୍ଟ – ଅପ୍ “ୱିୱେର୍” ।
ଚଳିତ ଅକ୍ଟୋବର ୧୦ ରୁ ୧୪ ତାରିଖ ପର୍ଯ୍ୟନ୍ତ ଏହିକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଆମେ ସାରା ବିଶ୍ୱକୁ ଆମ କାର୍ଯ୍ୟର ପାରଦର୍ଶିତା ଦେଖାଇବା ସହ ନୂତନ ବ୍ୟବସାୟିକ ସହଯୋଗ , ନେଟ୍ୱାର୍କିଂ, ସହଭାଗିତା ବଢାଇବା ନିମନ୍ତେ ବେଶ୍ ଇଚ୍ଛୁକ ବୋଲି କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ “ୱିୱେର୍” ଟିମ୍ ର ଜଣେ ସଦସ୍ୟ କହିଥିଲେ ।
ଓଡିଶାରେ ଅବସ୍ଥାପିତ ୨୦ଟି ଷ୍ଟାଟ ର୍- ଅପ୍ କୁ ନେଇ ଦୁବାଇରେ ପ୍ରତିନିଧିତ୍ୱ କରିଥିବା ଷ୍ଟାର୍ଟ ଅପ୍ ଓଡିଶାର ଏଗ୍ଜିକ୍ୟୁଟିଭ୍ ଚେୟାର୍ମ୍ୟାନ୍ ଡକ୍ଟର ଓମ୍କାର ରାଏ “ୱିୱେର୍”ଟିମ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
କାରଖାନା ମାର୍କେଟ୍ ସ୍ପେସ୍ ପ୍ରାୟୋଜିିତ ସୋଆ ଫାବ୍ଲାବ୍ର ଏହି ଉଦ୍ୟୋଗୀ ଟିମ୍ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିିଇଆର୍)ର ଛାତ୍ରଛାତ୍ରୀ ଅଟନ୍ତି ।
ପୁରସ୍କୃତ ହେବା ପରେ ଏହି ଟିମ୍ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକ, ଆଇଟିିଇଆର୍ ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ , ପ୍ରଫେସର ରେଣୁ ଶର୍ମା, ପ୍ରଫେସର ଅନୁରାଗ ଶତପଥୀ ଓ ଡକ୍ଟର ତାପସ ମହାପାତ୍ର ଙ୍କୁ ସେମାନଙ୍କ ର ସମସ୍ତ ସହଯୋଗ ଓ ଦକ୍ଷତା ପ୍ରତିପାଦିତ କରିବା ନିମନ୍ତେ ସେମାନଙ୍କୁ ପ୍ଲ୍ାଟ୍ଫର୍ମ ଯୋଗାଇଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ।
ଏହି ଟିମ୍ ର ସଦସ୍ୟମାନେ ହେଲେ ପୁରୁ ଅନିକେତ୍,ଭିନିତ୍ ଜାନା, ଭୌମିକା ସିଂ, ମୁଦାସିର ଅନ୍ସାରୀ, ମୋହିତ କୁମାର ସରାଫ, ଅତୁଲ୍ ସାହୁ, ସୋହନ କୁମାର ରାଉତ, ଅରଚନ କୁମାର ବୋଷ,ଦେବାଙ୍ଗନ ଚକ୍ରବର୍ତୀ, ବିଶ୍ୱନାଥ ପାତ୍ର, ପ୍ରଥମ୍ ରାଜ, ଏ.ଅରିଜିତ୍ ଓ ୟଶ୍ କୁମାର ।