ଆଇଆଇଟି ବିଏଚୟୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ସୋଆ ଛାତ୍ରଛାତ୍ରୀଙ୍କ ବାଜିମାତ୍‌

ଭୁବନେଶ୍ୱର, ଅକ୍ଟୋବର ୧୧: ଆଇଆଇଟି (ବିଏଚୟୁ) ବାରଣାସୀ ଦ୍ୱାରା ଆୟୋଜିତ ବାର୍ଷିକ କ୍ରୀଡା ମହୋତ୍ସବ ‘ସ୍ପର୍ଦ୍ଧା ୨୦୨୬’ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଛାତ୍ରଛାତ୍ରୀମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ମହିଳା ବିଭାଗ ଉଭୟ କବାଡି ଓ ବାସ୍କେଟବଲରେ ସୋଆ ଦଳ ଚମ୍ପିଅନ ହୋଇଛନ୍ତି । ମହିଳା କବାଡି, ବାସ୍କେଟବଲ ଦଳ ଚମ୍ପିଅନ, ପୁରୁଷ ଖୋ ଖୋ, କବାଡି ଦଳ ରନର୍ସଅପ୍‌, ମହିଳା ଖୋ ଖୋ ଦଳ ତୃତୀୟ ହୋଇଥିବା ବେଳେ ଉନ୍ନତ ପ୍ରଦର୍ଶନ ପାଇଁ ସୋଆକୁ ‘ବେଷ୍ଟ ଆଉଟ୍‌ଷ୍ଟେସନ’ ଦଳ ପୁରସ୍କାର ପ୍ରଦାନ କରାଯାଇଛି ।

ଛାତ୍ରଛାତ୍ରୀଙ୍କର ଏହି ସଫଳତା ନିମନ୍ତେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆନନ୍ଦ ବ୍ୟକ୍ତ କରିଛନ୍ତି ଓ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ବାରଣାସୀରୁ ଫେରିବା ପରେ ଛାତ୍ରଛାତ୍ରୀମାନେ ଗୁରୁବାର ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ପ୍ରତିଷ୍ଠାତା ସଭାପତିଙ୍କୁ ଭେଟି ଆଶୀର୍ବାଦ ଗ୍ରହଣ କରିଥିଲେ । ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନୀତା ବର୍ମାଙ୍କ ସମେତ ଅନ୍ୟ କର୍ମକର୍ତାମାନେ ଉପସ୍ଥିତ ଥିଲେ ।

ଏହି ପ୍ରତିଯୋଗିତା ଚଳିତ ଅକ୍ଟୋବର୯ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖରେ ଉଦ୍‌ଯାପିତ ହୋଇଥିଲା । ‘କ୍ରିକେଟ, ଫୁଟବଲ, ଭଲିବଲ, ବ୍ୟାଡମିଂଟନ, ଖୋ ଖୋ, କବାଡି ଓ ବାସ୍କେଟବଲ ପ୍ରଭୃତି କ୍ରୀଡାରେ ସୋଆ ବିଶ୍ୱବିଦ୍ୟାଳୟରୁ ୧୪୦ ଜଣ ଖେଳାଳି ଓ ୧୦ଜଣ କର୍ମଚାରୀ ଏଥିରେ ଅଂଶ ଗ୍ରହଣ କରିଥିଲେ ।