ଭୁବନେଶ୍ୱର, ୧୬/୦୫: ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ
(ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଂଜନ ନାୟକଙ୍କୁ କମ୍ପିଟିସନ୍ ସକ୍ସେସ ରିଭ୍ୟୁ (ସିଏସ୍ଆର) ପତ୍ରିକା
ପକ୍ଷରୁ ଚଳିତ ବର୍ଷ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସମ୍ମାନ ପ୍ରଦାନ କରାଯାଇଛି । ସେହିପରି ଚଳିତ ବର୍ଷ ଦେଶର
ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ସୋଆକୁ ସିଏସ୍ଆର ପକ୍ଷରୁ ସମ୍ମାନିତ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)
ଏବଂ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଦେଶର ଶ୍ରେଷ୍ଠ ଇଞ୍ଜିନିୟରିଂ ଓ ହୋଟେଲ ମ୍ୟାନେଜମେଂଟ ଶିକ୍ଷାନୁଷ୍ଠାନ ଭାବେ
ଯୋଗ୍ୟ ବିବେଚିତ ହୋଇଛି ।
ସିଏସ୍ଆରର ପତ୍ରିକାର ୬୦ବର୍ଷ ପୁର୍ତି ଅବସରରେ ରାଜଧାନୀ ଦିଲ୍ଲୀର ଏକ ତାରକା ହୋଟେଲରେ ରବିବାର
ସନ୍ଧ୍ୟାରେ ଆୟୋଜିତ ହୋଇଥିବା ସମାରୋହରେ ସୋଆର ଅଫିସର ଅନ୍ ସ୍ପେସିଆଲ ଡିୟୁଟି (ଓଏସ୍ଡି) ଶ୍ରୀ ପ୍ରୀତମ ନାୟକ
ଏହି ପୁରସ୍କାର ଓ ସାର୍ଟିଫିକେଟ୍ ଗ୍ରହଣ କରିଥିଲେ ।
ସିଏସ୍ଆର ପତ୍ରିକାର ସଂସ୍ଥାପକ ଶ୍ରୀ ଏସ୍. କେ. ସଚଦେବା ସୋଆକୁ ଦେଶର ଆଗାଧାଡିର ଶିକ୍ଷାନୁଷ୍ଠାନ ଭାବେ
ପରିଣତ କରିବା ପାଇଁ ପ୍ରଫେସର ନାୟକ ଯେଉଁ କଠୋର ପରିଶ୍ରମ ଓ ପ୍ରୟାସ କରିଛନ୍ତି ତାହାର ଭୂୟସୀ ପ୍ରଶଂସା କରିଥିଲେ ।
ଶ୍ରୀ ସଚଦେବା ତାଙ୍କ ଭାଷଣରେ କଂପିଟିସନ୍ ସକ୍ସେସ ରିଭ୍ୟୁ କିଭଳି ଏକ ସାଧାରଣ ପତ୍ରିକା ଭାବେରୁ ଆରମ୍ଭ
ହୋଇ ଗତ ୬୦ ବର୍ଷ ମଧ୍ୟରେ ଦେଶ ବିଦେଶରେ ପ୍ରତିଷ୍ଠା ହାସଲ କରିପାରିଛି ତାହା ଉଲ୍ଳେଖ କରିଥିଲେ । ବିଶେଷ ଭାବେ
ଛାତ୍ରଛାତ୍ରୀ ମାନଙ୍କ ପାଇଁ ସେମାନଙ୍କ ଚାକିରୀ ପାଇବାରେ ଏହି ପତ୍ରିକା ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ସେ
ଦର୍ଶାଇଥିଲେ ।
ଶ୍ରୀ ସଚଦେବା ମଧ୍ୟ ଉଲ୍ଳେଖ କରିଥିଲେ ଯେ କୌଣସି ସଂସ୍ଥାକୁ ସଫଳତା ହାସଲ କରିବାକୁ ହେଲେ କଠୋର
ପରିଶ୍ରମ, ତ୍ୟାଗ ଓ ପ୍ରତିଭା ଉପରେ ବିଶେଷ ଗୁରୁତ୍ୱ ଦେବାକୁ ପଡିଥାଏ । ଦେଶର ଭବିଷ୍ୟତକୁ ଗଠନ କରିବାରେ ସୋଆ
ଭଳି ଶିକ୍ଷାନୁଷ୍ଠାନଗୁଡ଼ିକ ଏଭଳି ଦାୟିତ୍ୱ ନିଭାଉଛନ୍ତି ବୋଲି ସେ କହିଥିଲେ ।