“ମିସେସ୍ ଇଣ୍ଡିଆ ୱାନ୍ ଇନ୍ ମିଲିୟନ୍-ଓଡ଼ିଶା ୨୦୨୧” ଟାଇଟଲ୍ ହାସଲ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜର ଆସିଷ୍ଟାଂଟ ପ୍ରଫେସର ଶ୍ରୀମତି ମନୀଷା ପ୍ରହରାଜ । ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଏକମାତ୍ର ପ୍ରତିଯୋଗୀ ମନୀଷା ଏହି ସଫଳତା ସାଉଁଟିଛନ୍ତି ।
ନୂଆଦିଲ୍ଲୀର ଏକ ତାରକା ହୋଟେଲ୍ରେ ଚାରି ଦିନ ବ୍ୟାପୀ ଚାଲିଥିବା ଜାତୀୟ ସ୍ତରୀୟ ଏହି ସୁନ୍ଦରୀ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୭୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଗତ ଡିସେମ୍ବର ୨୪ ତାରିଖ ଦିନ ଏହାର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଥିଲା ବେଳେ ଶ୍ରେଷ୍ଠ ୮ ଜଣ ପ୍ରତିଯୋଗୀ ଫାଇନାଲ୍ ରାଉଣ୍ଡକୁ ମନୋନୀତ ହୋଇଥିଲେ । ଏହି ଅବସରରେ ଶ୍ରୀମତି ପ୍ରହରାଜ ଏହି ୮ ଜଣଙ୍କ ମଧ୍ୟରେ ରହିଥିବା ବେଳେ “ମିସେସ୍ ଇଣ୍ଡିଆ ୱାନ୍ ଇନ୍ ମିଲିୟନ୍-ଓଡ଼ିଶା ୨୦୨୧” ଟାଇଟଲ୍ ହାସଲ କରି ସୋଆ ପାଇଁ ଗୌରବ ଅର୍ଜନ କରିଛନ୍ତି ।