ସ୍ୱାସ୍ଥ୍ୟ ପାଇଁ ଉପକାରୀ ଉଷୁମ ପାଣି ସହ ଗୁଜୁରାତି ସେବନ

ଭାରତୀୟ ମାନେ ହେଲେ ମସଲା ପ୍ରିୟ I ଭାରତୀୟ ମାନଙ୍କ ଖାଦ୍ୟରେ ବିଭିନ୍ନ ପ୍ରକାର ମସଲା ସହ ଗୁଜୁରାତି ସ୍ଥାନ ସ୍ୱତନ୍ତ୍ର I ଗୁଜୁରାତି ଉଭୟ ମିଷ୍ଟାନ୍ନ ସହ ତରକାରୀରେ ମଧ୍ୟ ବ୍ୟବହାର ହୋଇଥାଏ I ଗୁଜୁଯାତି କୁ ପାଟିର ବାସ୍ନା ପାଇଁ ବା ମୁଖବାସ ଭାବେ ବ୍ୟବହାର କରାଯାଏ । କିନ୍ତୁ ଆପଣ ଜାଣନ୍ତି କି ଖାଲି ଗୁଜୁରାତି ସେବନ କଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ I ପେଟ ର ଗ୍ୟାସ ବଡ଼ ହଜମି ସହ ଅନେକ ପ୍ରକାର ସମସ୍ୟା ରୁ ମୁକ୍ତି ଦେଇଥାଏ I ତେବେ ଆସନ୍ତୁ ଜାଣିବା :
ଗୁଜୁରାତିକୁ ଉଷୁମ ପାଣିରେ ସେବନ କଲେ ଏହାର ଅନେକ କିଛି ଲାଭ ଶରୀରକୁ ମିଳିଥାଏ । କଫ , କାଶ, ଅର୍ଶ ଓ ପରିସ୍ରା ପୋଡା ଜନିତ ସମସ୍ୟାରେ ଏହି ଖୁବ୍ ଲାଭଦାୟୀ ହୋଇଥାଏ । ଏହାର ବ୍ୟବହାରରେ ଗଳା ସଫା ରହିବା ସହ ହୃଦଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ । କେବଳ ସେତିକି ନୁହେଁ ମାନସିକ ଉତ୍ତେଜନା, ବାନ୍ତି ଲାଗିବା ପରି ସମସ୍ୟା ସହ ପଥୁରି ରୋଗର ସମସ୍ୟାକୁ ମଧ୍ୟ ଏହା ଦୂର କରେ । ଜଣ୍ଡିସ୍, ବଦହଜମି, ମୂତ୍ରବିକାର, ଛାତି ପୋଡିବା, ଆମ୍ବିଳା ହାକୁଡି ଦେବା ସମସ୍ୟାକୁ ମଧ୍ୟ ଦୂର କରେ ଏହି ଗୁଜୁରାତି ଉଷୁମ ପାଣିର ପଥି । ବିଶେଷ କରି ରାତିରେ ଶୋଇବା ପୂର୍ବରୁ ଗୁଜୁରାତି ଚୋବାଇ ଉଷୁମ ପାଣି ପିଇଲେ ଏହାର ଅନେକ ଆଶାତୀତ ସୁଫଳ ମିଳିଥାଏ ।

ପେଟ କମାଇବାକୁ ଚାହୁଁଥିଲେ ରାତିରେ ୨ଟି ଗୁଜୁରାତି ଚୋବାଇ ଉଷୁମ ପାଣି ପିଅନ୍ତୁ । ଏଥିରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ବି-୧, ବି-୬ ଏବଂ ଭିଟାମିନ୍ –ସି ମଧ୍ୟ ରହିଛି । ଯାହା ଶରୀରର ଅତିରିକ୍ତ ଚର୍ବିକୁ ତରଳାଇଦିଏ । ତନ୍ତୁ ଏବ କ୍ୟାଲସିୟମ ଗୁଜୁରାତିରେ ଥିବାରୁ ଏହା ଓଜନକୁ ମଧ୍ୟ ନିୟନ୍ତ୍ରଣ କରେ । ଗୁଜୁରାତି ଏବଂ ଉଷୁମ ପାଣି ପିଇଲେ କେଶ ମୂଳ ମଜବୁତ୍ ରହେ ।ଏହାର ଲଗାତାର ବ୍ୟବହାର କେଶ ମୂଳକୁ ମଜବୁତ କରିବା ସହ କେଶ କଳା ହୋଇଥାଏ ରକ୍ତ ପରିଷ୍କାର ହେବାସହ ଏହାର ସଞ୍ଚାଳନ ମଧ୍ୟ ଠିକ ଭାବେ ହୋଇଥାଏ । ଫଳରେ ତ୍ୱଚାରେ ଚମକ ଆସିଥାଏ ।

ଲଗାତାର ରାତିରେ ଗୁଜୁରାତି ସହ ଉଷୁମ ପାଣି ପିଇଲେ ଅନ୍ତନଳୀ ଓ କିଡନୀ ସଫା ରହିବା ସହ ହଜମ ପ୍ରକ୍ରିୟା ମଧ୍ୟ ଠିକ ରୁହେ । କୋଷ୍ଠକାଠିନ୍ୟ ପରି ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ ।

ଏହା ଶ୍ୱାସ ଜନିତ କଷ୍ଟ କୁ ଦୂର କରିବା ସହିତ , କୋଷ୍ଠକାଠିନ୍ୟ ଏବଂ ଡିପ୍ରେସନ ରୁ ମୁକ୍ତି ଦେବା ସହିତ ଭୋକ ବଢ଼ାଇ ଥାଏ I ଗୁଜୁରାତିରେ ରହିଛି ଅନେକ ପୁଷ୍ଟିକ ତତ୍ତ୍ୱ I ଏହାର ବ୍ୟବହାର ଅନେକ ରୋଗରୁ ଉପଶମ କରିବାରେ ସାହାଯ୍ୟ କରେ I ଏହା ଥଣ୍ଡା, କାଶ, ବାନ୍ତି ଭଳି ସମସ୍ୟାରୁ ମୁକ୍ତି ଦେଇଥାଏI