ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ମାମଲାର ଯାଞ୍ଚ କରିବ SIT

ୟୁପି:ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସରୁ ୭ କୋଟି ଟଙ୍କା ଚୋରି ହେବା ଅଭିଯୋଗ ପରେ ଆସିବା ପରେ ଏହି ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧିନ ସରକାର ଏହି ମାମଲାର ତଦନ୍ତ ପାଇଁ ଏକ ତିନି ଜଣିଆ ସଦସ୍ୟ ବିଶିଷ୍ଟ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରିଛନ୍ତି।ଏହି ତଦନ୍ତକାରୀ ଦଳରେ ବରିଷ୍ଠ ଆଇଏଏସ ଅଧିକାରୀ ବିଜୟ ବିଶ୍ୱାସ ପନ୍ତ ଏବଂ ଆଇପିଏସ୍ କିରଣ ଏସ୍. ଏବଂ ଅନ୍ୟ ଜଣେ ଅଧିକାରୀ ସଦସ୍ୟ ଅଛନ୍ତି। ଏସଆଇଟି (SIT) ଏହି ଘଟଣାର ତଦନ୍ତ କରିବ ଏବଂ ୧୫ ଦିନ ମଧ୍ୟରେ ଏହାର ରିପୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କ ପାଖରେ ଦାଖଲ କରିବ। ଶନିବାର ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ, ଅଯୋଧ୍ୟା ସ୍ଥିତ ରାମ ମନ୍ଦିର ଦାନ ବାକ୍ସରୁ ଚୋରି ହେବା ଘଟଣାକୁ ଗୁଜବ ବୋଲି କହିଥିଲେ। ଏହା ପରେ ଟ୍ରଷ୍ଟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରିଥିଲା ଯେ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ମାଧ୍ୟମରେ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରାଯାଉ। ଟ୍ରଷ୍ଟ ମୁଖ୍ୟମନ୍ତ୍ରୀଙ୍କୁ ରାମ ମନ୍ଦିର ଦାନ ବାକ୍ସ ଦୁର୍ନୀତିର ତଦନ୍ତ କରିବାକୁ ଅନୁରୋଧ କରିଥିଲା। ଯାହା ପରେ ଯୋଗୀ ସରକାର ଏହି ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରିଥିଲେ।