ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଏପ୍ରିଲ ୧ ତାରିଖରୁ ‘ସ୍ୱତନ୍ତ୍ର ସଘନ ସଂଶୋଧନ’ (SIR) କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରକ୍ରିୟାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ନିର୍ବାଚନ ଅଧିକାରୀମାନଙ୍କ ନିମନ୍ତେ ଏକ ଚାରି ଦିନିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଆଜିଠାରୁ ଆରମ୍ଭ ହୋଇଛି। ଏହି ପ୍ରଶିକ୍ଷଣ ଭୁବନେଶ୍ୱରର ଗୋଠପାଟଣା ସ୍ଥିତ ରେଭେନ୍ୟୁ ଅଫିସର୍ସ ଟ୍ରେନିଙ୍ଗ ଇନଷ୍ଟିଚ୍ୟୁଟରେ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୩ ତାରିଖ ଯାଏଁ ଚାଲିବ । ପ୍ରଥମ ଦିନରେ ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ନିର୍ବାଚନ ପଞ୍ଜିକରଣ ଅଧିକାରୀ (ERO), ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ (AERO) ଏବଂ ଉପଜିଲ୍ଲାପାଳମାନେ ଯୋଗ ଦେଇଛନ୍ତି।