SIRକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା

ଭୁବନେଶ୍ୱର: SIRକୁ ନେଇ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଦେଲେ ବଡ଼ ସୂଚନା । ପ୍ରାୟ ୯୦ ପ୍ରତିଶତ ମ୍ୟାପିଂ ସାରିଥିବା କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।
ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ ଗୋପାଳନ ସୂଚନା ଦେଇଛନ୍ତି। ରାଜ୍ୟରେ ୯୦% ମ୍ୟାପିଂ ସରିଥିବା ସେ କହିଛନ୍ତି। ସୂଚନା ଅନୁସାରେ ଏହି ୯୦ପ୍ରତିଶତ ଭୋଟର ତାଲିକାରେ ଯେଉଁମାନେ ଅଛନ୍ତି ସେମାନେ ଉଭୟ ୨୦୨୫ ଭୋଟର ତାଲିକା ଏବଂ ୨୦୦୨ରେ ମଧ୍ୟ ଅଛନ୍ତି। ଏଭଳି କ୍ଷେତ୍ରରେ BLOଙ୍କୁ ଜଣାଇବାକୁ କହିଛନ୍ତି ନିର୍ବାଚନ ଅଧିକାରୀ। ୨୦୦୨ରେ ସେମାନେ କେଉଁ ନିର୍ବାଚନମଣ୍ଡଳୀରେ ଥିଲେ ସେ ସମ୍ପର୍କରେ BLOଙ୍କୁ ଜଣାଇବେ ଭୋଟର। ନିର୍ବାଚନ ଅଧିକାରୀ ନିଜ ଆଡୁ ପ୍ରାୟ ୯୦ ପ୍ରତିଶତ ମ୍ୟାପିଂ ସାରିଥିବା କହିଛନ୍ତି। ବାକିଥିବା ୧୦ ପ୍ରତିଶତ ସହରାଞ୍ଚଳ ପାଇଁ ସମସ୍ୟା ସୃଷ୍ଟି କରିଛି। ବିଶେଷ କରି ଯେଉଁ ଭୋଟର ମାନେ ୨୦୦୨ରେ ଗ୍ରାମାଞ୍ଚଳର ଭୋଟର ଥିଲେ ଏବଂ ୨୦୨୫ରେ ସହରାଞ୍ଚଳର ଭୋଟର ତାଲିକାରେ ଯୋଡ଼ି ହୋଇଛନ୍ତି ସେମାନଙ୍କ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି ବୋଲି କହିଛନ୍ତି। ୨୦୦୨ ଓ ୨୦୨୫ ଭୋଟର ତାଲିକାରେ ନାମ ଯାଞ୍ଚ ପାଇଁ ନିକଟସ୍ଥ ବିଏଲଓ ଏବଂ ଡିଜିଟାଲ ମାଧ୍ୟମରେ ECINET ପୋର୍ଟାଲ ଏବଂ ମୋବାଇଲ, Voter Service ପୋର୍ଟାଲ ଓ CEO Odisha ୱେବସାଇଟରେ ଯାଞ୍ଚ କରିବାକୁ କୁହାଯାଇଛି। ସେହିପରି ଯେଉଁ ଭୋଟର ମାନଙ୍କର ୨୦୦୨ରେ ନାଁ ନଥିଲା ସେମାନଙ୍କ ବାପା ଓ ମାଆଙ୍କ ନାମ କିମ୍ବା ଜେଜେବାପା ଓ ଜେଜେମାଆଙ୍କ ନାଁ ଖୋଜିବାକୁ ପରାମର୍ଶ ଦେଇଛନ୍ତି।