ଗାୟକ କେ.କେ ଙ୍କ ଅକାଳ ବିୟୋଗ :ମୁଣ୍ଡ ଓ ମୁହଁରେ ଆଘାତ ଚିହ୍ନ,କୋଲକାତା ପୋଲିସ ପକ୍ଷରୁ ମାମଲା ରୁଜୁ

ଗତକାଲି ରାତିରେ ବଲିଉଡ ର ପ୍ରସିଦ୍ଧ ଗାୟକ କେକେ ଙ୍କର ଅକାଳ ବିୟୋଗ ଘଟିଛି I ମଙ୍ଗଳବାର ବିଳମ୍ବିତ ରାତିରେ କୋଲକାତାରେ ଗୁରୁଦାସ କଲେଜ୍‌ର ନାଜୁରୁଲା ମଞ୍ଚରେ କେକେ ସଙ୍ଗୀତ ପରିବେଷଣ କରିବା ପରେ ହଠାତ୍‌ ଅସୁସ୍ଥ ହୋଇପଡିଥିଲା । ସେଠାରେ ହିଁ ସେ ତଳେ ପଡ଼ିଯାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।ତେବେ ଖବର ମିଳିଛି ଯେ କେ.କେଙ୍କ ମୁଣ୍ଡ ଏବଂ ମୁହଁ ରେ ଆଘାତ ଚିହ୍ନ ଦେଖିବାକୁ ମିଳିଛି, ଏହା ପରେ କୋଲକାତା ପୋଲିସ କୋଲକାତାର ନ୍ୟୁ ମାର୍କେଟ ପୋଲିସ ଷ୍ଟେସନରେ ଗାୟକ କେ.କେଙ୍କ ‘ଅପ୍ରାକୃତିକ ମୃତ୍ୟୁ’ ପାଇଁ ଏକ ମାମଲା ରୁଜୁ କରିଛନ୍ତି । କିନ୍ତୁ ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ପରେ ହିଁ ଜଣାପଡିବ ।


କୋଲକାତା ପୋଲିସ ପକ୍ଷରୁ ଅଡିଟୋରିୟମରେ ଲୋକଙ୍କ ସଂଖ୍ୟା କେତେ ଥିଲା ତାହା ମଧ୍ୟ ଅନୁସନ୍ଧାନ କରାଯାଉଛି । ଏହା ସହିତ ସଂଗୀତ ପରିବେଷଣ ସମୟରେ ଯେଉଁଠାରେ କେ.କେ ଅସୁସ୍ଥ ହୋଇପଡିଥିଲେ ସେଠାରେ ଏସି କାମ କରୁଥିଲା କି ନାହିଁ ,ଏହା ମଧ୍ୟ ପୋଲିସ ର ତଦନ୍ତ ସାପେକ୍ଷ ଇ
ଗାୟକ କେ.କେ.ଙ୍କ ମୃତଦେହକୁ ମଧ୍ୟାହ୍ନ ୧୨ ଟାରେ SSKM ଡାକ୍ତରଖାନାକୁ ନିଆଯିବ, ଯେଉଁଠାରେ ପୋଷ୍ଟମର୍ଟମ ହେବ। ପୋଷ୍ଟମର୍ଟମ ପରେ, କେ.କେଙ୍କ ମୁଣ୍ଡ ଏବଂ ପାଟିରେ ଲାଗିଥିବା ଆଘାତ ବିଷୟରେ ଅଧିକ ସୂଚନା ମିଳିବାର ସମ୍ଭାବନା ରହିଛି I
କେକେଙ୍କ ପତ୍ନୀ ଓ ପୁଅ କୋଲକାତାର ମେଡିକାଲରେ ପହଞ୍ଚୁଛନ୍ତି । ଏହା ପରେ ପୋଲିସ ତାଙ୍କ ବୟାନ ନେବ । ପୋଲି ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି । ଯାହାଫଳରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ମାତ୍ର ୫୩ ବର୍ଷ ବୟସରେ କେକେ ଦୁନିଆକୁ ଅଲବିଦା କହି ଚାଲିଗଲେ ।
ବଲିଉଡର ଏହି ଲୋକ ପ୍ରିୟ କଣ୍ଠଶିଳ୍ପୀ କେକେଙ୍କର ନିଧନରେ ସବୁଠି ଶୋକର ଛାୟା ଖେଳିଯାଇଛି । କେକେଙ୍କର ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଶୋକ ପ୍ରକାଶ କରିଛନ୍ତି ।