କାର୍ତ୍ତିକ ମାସରେ ତୁଳସୀର ମହତ୍ତ୍ୱ

କାର୍ତ୍ତିକ ମାସରେ ତୁଳସୀ ପୂଜାର ସ୍ୱତନ୍ତ୍ର ବିଧାନ ଅଛି । କୁହାଯାଏ, ଏହି ମାସରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରୁ ଜାଗ୍ରତ ହୁଅନ୍ତି । ଏହି ମାସରେ ମ’ ଲକ୍ଷ୍ମୀ ପୃଥିବୀ ପୃଷ୍ଠରେ ଭ୍ରମଣ କରନ୍ତି ଏବଂ ଭକ୍ତଙ୍କୁ ଅପାର ଧନ ଦିଅନ୍ତି । କାର୍ତ୍ତିକ ମାସରେ ତୁଳସୀ ଗଛ ଲଗାଇବାର ସର୍ବୋତ୍ତମ ସମୟ । ଏହି ମାସରେ ତୁଳସୀ ଗଛ ପୂଜା କରିବା ଦ୍ୱାରା ସମସ୍ତ ମନୋସ୍କାମନ ପୂରଣ ହୁଏ । ଘର ଅଗଣାର ମଝାମଝିରେ ଏହାକୁ ଲଗାଇବା ଉଚିତ । ଏହାକୁ ଶୋଇବା ଘର ନଚେତ୍ ବାଲକୋନିରେ ବି ଲଗାଇବା ସମ୍ଭବ । ପ୍ରାତଃକାଳାର ତୁଳସୀ ଗଛ ମୂଳେ ଜଳ ଅର୍ପଣ କରନ୍ତୁ ଏବଂ ଏହାର ଚତୁଃପାଶ୍ୱର୍ରେ ପରିଭ୍ରମଣ କରନ୍ତୁ । ସେହିପରି ନିୟମିତ ସନ୍ଧ୍ୟାରେ ଘିଅ ଦୀପ ପ୍ରଜ୍ୱଳନ କରିବା ଦରକାର । ତୁଳସୀ ଗଛ ପୂଜା ସମୟରେ ତୁଳସୀ ମନ୍ତ୍ର ଉଚ୍ଚାରଣ କରିବା ନିହାତି ଆବଶ୍ୟକ । ମଙ୍ଗଳାବାର ଦିନ ତୁଳସୀ ପତ୍ରକୁ ହନୁମାନଙ୍କଠାରେ ଲାଗି କଲେ ସମସ୍ତ ଧନ ପ୍ରାପ୍ତ ହୁଏ । ଅନ୍ୟପଟେ କାର୍ତ୍ତିକ ମାସରେ ଖାଦ୍ୟରେ ତୁଳସୀ ପତ୍ର ଉପଯୋଗ କଲେ ଖାଦ୍ୟ ଅଭାବ ରହେ ନାହିଁ ।