ପିତୃପକ୍ଷରେ କାଉର ମହତ୍ତ୍ୱ

ପ୍ରତିବର୍ଷ ଭାଦ୍ରବ ପୂର୍ଣ୍ଣିମାରୁ ଆଶ୍ୱିନ କୃଷ୍ଣ ଅମାବାସ୍ୟା ପର୍ଯ୍ୟନ୍ତ ଅବଧିକୁ କୁହାଯାଏ ‘ପିତୃପକ୍ଷ’ । ଏହି ୧୬ଦିନ ପୂରାପୂରି ପିତୃପୁରୁଷଙ୍କୁ ସମର୍ପିତ । ଏଦିଦିନ ପିତୃପୁରୁଷଙ୍କୁ ଜଳ ଓ ଅନ୍ନଦାନ କରାଯାଏ । ଏହା ସହ ଶ୍ରାଦ୍ଧ ଭୋଜନ କାଉଙ୍କୁ ମଧ୍ୟ ଖାଇବାକୁ ଦିଆଯାଏ । ତେବେ ଏହିଦିନ କାଉଙ୍କୁ ଖାଇବାକୁ ଦେବାର ବିଶେଷ ଧାର୍ମିକ ମହତ୍ତ୍ୱ ଅଛି । 
ଶ୍ରାଦ୍ଧ ସମୟରେ ପିତୃପୁରୁଷଙ୍କୁ ସ୍ମରଣ କରାଯାଇ ଅନ୍ନ, ଜଳ ଅର୍ପଣ କରାଯାଏ । କୁହାଯାଏ, ଯଦି କାଉ ଶ୍ରାଦ୍ଧ ଭୋଜନ ଗ୍ରହଣ କରନ୍ତି, ତେବେ ପିତୃପୁରୁଷଙ୍କ ଆତ୍ମକୁ ଶାନ୍ତି ମିଳିଥାଏ । ତେବେ କାଉଙ୍କୁ ଯମର ପ୍ରତୀକ ବୋଲି ବିବେଚନା କରାଯାଏ । ସେମାନଙ୍କୁ ଦିଆଯାଉଥିବା ଖାଦ୍ୟ ପୂର୍ବଜଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରିବ ବୋଲି ଯମ କାଉଙ୍କୁ ବରଦାନ ଦେଇଥିଲେ । ଏଣୁ ଏହି ଅବସରରେ ବ୍ରାହ୍ମଣଙ୍କୁ ଭୋଜନ ଦେବା ସହ କାଉଙ୍କୁ ମଧ୍ୟ ଖାଇବାକୁ ଦେବା ଜରୁରି । ସେହିପରି କୁହାଯାଏ, ଏଭଳି ଏକ ପବିତ୍ର ଦିନରେ ପିତୃପୁରୁଷ କାଉ ରୂପରେ ଆସିଥାନ୍ତି ।