ପଞ୍ଜାବ କଂଗ୍ରେସରୁ ସିଦ୍ଧୁଙ୍କ ପକ୍ଷ ଛେଦନ

ବାରମ୍ଵାର ଦଳ ବଦଳ ଏବଂ ଦଳ ରେ ରହି ବିଶୃଙ୍ଖଳିତ ଆଚରଣ ଏବଂ ଉଚ୍ଚାରଣ ପାଇଁ ନବଜୋତ ସିଂହ ସିଦ୍ଧୁ ପକ୍ଷ ଛେଦନ ହୋଇଛି କଂଗ୍ରେସ। ଅସନ୍ତୁଷ୍ଟ ସିଦ୍ଧୁଙ୍କୁ ମନାଇବା ପାଇଁ ବହୁ ପ୍ରକାର କସରତ କରିଥିବା କଂଗ୍ରେସ ଏବେ ନିଜେ ତାଙ୍କ ଠାରୁ ଦୂରେଇବାରେ ଲାଗିଛି। ଏହା ସହିତ କମାଇ ଦେଲା ତାଙ୍କ ଶକ୍ତି। ଏବେ ସେ କେବଳ ଏକ ଶକ୍ତିହୀନ ଅଧ୍ୟକ୍ଷ ହୋଇ ରହିଯାଇଛନ୍ତି। ଏହା ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ପ୍ରକାଶ କରିଛନ୍ତି ।
ପଞ୍ଜାବ କଂଗ୍ରେସରେ ଏବେ ବି ସ୍ଥିତି ଠିକ୍‌ ନାହିଁ। କଂଗ୍ରେସ ହାଇକମାଣ୍ଡ ଏବେ ଧୀରେ ଧୀରେ ଯେପରି ନବଜୋତ ସିଂହ ସିଦ୍ଧୁଙ୍କ ପର କାଟିବାରେ ଲାଗୁଥିବା ଜଣାପଡୁଛି। ଏକ ରାଲିରେ ସମ୍ବୋଧିତ କରୁଥିବାବେଳେ କଂଗ୍ରେସ କମିଟିର ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ନିଜ ଯନ୍ତ୍ରଣା ବଖାଣିଛନ୍ତି।
ସେ ପୁଣି ଥରେ କଂଗ୍ରେସ ହାଇକମାଣ୍ଡ ବିରୋଧରେ ମୋର୍ଚ୍ଚା ଆରମ୍ଭ କରିଦେଇଛନ୍ତି। ସିଦ୍ଧୁ କହିଛନ୍ତି, ହାଇକମାଣ୍ଡ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କ ଡେଣାକୁ କାଟିଦେଇଛନ୍ତି। ସିଦ୍ଧୁଙ୍କ ଅନୁଯାୟୀ, ସେ ଏପରି ଜଣେ କଂଗ୍ରେସ ସଭାପତି, ଯାହାର କ୍ଷମତା ନାହିଁ। ତାଙ୍କୁ ସଚିବ କିମ୍ବା ସାଧାରଣ ସଚିବ ନିଯୁକ୍ତ କରିବା ପାଇଁ ବି ପର୍ଯ୍ୟାପ୍ତ କ୍ଷମତା ଦିଆଯାଇ ନାହିଁ ବୋଲି ଅମୃତସରର ଏକ ରାଲିରେ ସିଦ୍ଧୁ କହିଛନ୍ତି।
ଶିରୋମଣି ଅକାଳୀ ଦଳର ନେତା ସୁଖବୀର ବାଦଲ ଏବଂ ବିକ୍ରମ ମଜିଥିଆଙ୍କୁ ମଧ୍ୟ ସିଦ୍ଧୁ ଟାର୍ଗେଟ କରିଛନ୍ତି। ଦୁହେଁ ବ୍ୟକ୍ତିଗତ ଫାଇଦା ପାଇଁ ପଞ୍ଜାବକୁ ବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି। ‘ଯଦି ମୁଁ ଗୃହମନ୍ତ୍ରୀ ହୋଇଥା’ନ୍ତି ତେବେ ଉଭୟଙ୍କୁ ଗିରଫ କରିନେଇଥାନ୍ତି। ଉଭୟଙ୍କୁ (ସୁଖବୀର ବାଦଲ ଏବଂ ବିକ୍ରମ ମାଜିଥିଆ) ଦେଶ ଛାଡ଼ିବାକୁ ବାଧ୍ୟ କରିଥାନ୍ତେ ବୋଲି ସିଦ୍ଧୁ କହିଛନ୍ତି। ୨୨ ଜିଲ୍ଲା ଅଧ୍ୟକ୍ଷଙ୍କ ତାଲିକାକୁ ଖାରଜ କରିବା ପରେ ସିଦ୍ଧୁ ଚିହିଁକି ଉଠିଥିବା କୁହାଯାଉଛି।
ନିକଟରେ କଂଗ୍ରେସ ହାଇକମାଣ୍ତ ସିଦ୍ଧୁଙ୍କ ଦ୍ୱାରା ଜାରି କରାଯାଇଥିବା ୨୨ ଜିଲ୍ଲା ଅଧ୍ୟକ୍ଷଙ୍କ ତାଲିକାକୁ ଖାରଜ କରି ଦେଇଥିଲା। ସିଦ୍ଧୁ ଚାହୁଁଥିଲେ ଯେ ପୂର୍ବତନ ରାଜ୍ୟ ସଭାପତି ସୁନୀଲ ଜାଖଡଙ୍କ ଦ୍ୱାରା ନିଯୁକ୍ତ ୨୨ଟି ଜିଲ୍ଲା ସଭାପତିଙ୍କୁ ହଟାଯାଉ ଏବଂ ସେ ଦେଇଥିବା ତାଲିକାରୁ ଲୋକଙ୍କୁ ନିଯୁକ୍ତ କରାଯାଉ। ତେବେ ଅନେକ ନିର୍ବାଚନ କମିଟିରୁ ସିଦ୍ଧୁଙ୍କୁ ଅଣଦେଖା କରିବା ପରେ ଦଳ ୨୨ଟି ଜିଲ୍ଲା ସଭାପତିଙ୍କ ତାଲିକା ପ୍ରକାଶ କରିଛି।

Comments (0)
Add Comment