ଶ୍ରୀକ୍ଷେତ୍ରରେ ଚାଞ୍ଚଲ୍ୟ : ସେବାୟତ ଙ୍କୁ ଗୁଳି କରି ହତ୍ୟା

ପୁରୀରେ ସେବାୟତଙ୍କୁ ଗୁଳି କରି ହତ୍ୟା । ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଙ୍କୁ ଗୁଳି କରି ହତ୍ୟା କରାଯାଇଛି ।ବାରବାଟୀ ଜାଗା ଘର ନିକଟରେ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଗୁଳିମାଡ଼ ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତ୍ୟୁ ଖବର ଶୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛନ୍ତି ଜିଲ୍ଲାପାଳ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜିରୋ ପଏଣ୍ଟରୁ କୃଷ୍ଣଚନ୍ଦ୍ରଙ୍କୁ ଗୁଳିମାଡ଼ କରାଯାଇଥିବା ସୂଚନା ମିଳିଛି । ପୂର୍ବରୁ କୃଷ୍ଣଚନ୍ଦ୍ର ସେବାୟତ ଗୁନ ସିଂହାରୀ ହତ୍ୟା ଘଟଣାରେ ସମ୍ପୃକ୍ତ ଥାଇ ଜେଲ ଯାଇ ନିର୍ଦୋଷ ରେ ଖଲାସ ହୋଇ ଫେରିଥିଲେ I ତେଣୁ ଗୁନ ସିଂହାରୀ ହତ୍ୟାକାଣ୍ଡ ସହ ଗୁଳିକାଣ୍ଡ ସମ୍ପର୍କ ଥିବା ଚର୍ଚ୍ଚା ହେଉଥିବାବେଳେ ପୋଲିସ ତଦନ୍ତ ଜାରି ରହିଛି I।