ଲୋକସଭାରେ ଉଠିଲା ଶ୍ରୀମନ୍ଦିର ଐତିହ କରିଡୋର ପ୍ରସଙ୍ଗ : ମୁହାଁମୁହିଁ ହେଲେ ଅପରାଜିତା-ପିନାକୀ

ରାଜ୍ୟ ସରକାରଙ୍କ ଦ୍ୱାରା ପୁରୀ ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ଉନ୍ନତି କରଣ କାର୍ଯ୍ୟକୁ ବିରୋଧ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । NMAର ବିନା ଅନୁମତିରେ କାମ ଚାଲିଛି ବୋଲି ସାସଂଦ କହିଛନ୍ତି । ସେପଟେ ଏହାର ଜବାବ ରଖିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ।
ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ, ଅପରାଜିତ ମାଡାମ୍‌ ଓଡିଶାରେ ଆଇଏଏସ୍‌ ଅଫିସର ଭାବେ କାମ କରିଛନ୍ତି । ଓଡିଶାରେ ନବୀନ ସରକାରଙ୍କର କୌଣସି ବି କାମ ବିନା ନିୟମରେ ହୁଏନାହିଁ ବୋଲି ସେ ଜାଣିଛନ୍ତି । ତେଣୁ ପୁରା ଭୁଲ୍‌ କହୁଛନ୍ତି । ଯାହାବି କାମ ହେଉଛି, ତାହା NMAର ଅନୁମତି ଅନୁସାରେ ହେଉଛି । ସେଇଟା ଏଏସ୍‌ଆଇରେ ମଧ୍ୟ ସାମିଲ ଅଛି । ସେଠାରେ କୌଣସି ଖନନ କାର୍ଯ୍ୟ ହେଉନାହିଁ । ବରଂ ୪ଟି ଶୌଚାଳୟ ନିର୍ମାଣ ଚାଲିଛି ।ସେଥିରେ ୨ଟି ପୁରୁଷ ଏବଂ ୨ଟି ମହିଳାଙ୍କ ଲାଗି ।ଜଗନ୍ନାଥଙ୍କ ଉପରେ କୌଣସି ବିପଦ ନାହିଁ । ଏହି ସବୁ ତଥ୍ୟକୁ ଶୁଣିବା ପରେ ଏହା ତଦନ୍ତର ବିଷୟ ବୋଲି କହିଛନ୍ତି ମାନ୍ୟବର ଚେୟାରମ୍ୟାନ୍‌ ରମା ଦେବୀ ।