ରାଜଭବନ ସମ୍ମୁଖରେ ଗର୍ଜିଲେ ପାଲା ଗାୟକ, କହିଲେ ସହାୟତା ରାଶି ‘ସମୁଦ୍ରକୁ ଶଙ୍ଖେ’

କଳାକାର ଭତ୍ତା ରାଶିକୁ ୩ ହଜାରକୁ ବୃଦ୍ଧି କରନ୍ତୁ। ସରକାର ପାଲା ଗାୟକମାନଙ୍କୁ ଯେଉଁ ସହାୟତା ରାଶି ଦେଉଛନ୍ତି ତାହା ‘ସମୁଦ୍ର କୁ ଶଙ୍ଖେ’ ଏପରି ୧୦ ଦଫା ଦାବିରେ ଆଜି ରାଜଭବନ ସମ୍ମୁଖରେ ପାଲା ଗାୟକ ସଂଘର କର୍ମକର୍ତ୍ତାମାନେ ବିକ୍ଷୋଭ କରିଛନ୍ତି।
ସରକାର ପାଲା ଗାୟକମାନଙ୍କୁ ଦେଉଥିବା ୧୨୦୦ ଟଙ୍କା ସହାୟତା ରାଶି କୁ ୩ ହଜାରକୁ ବୃଦ୍ଧି କରିବା ସହ ପାଲା କଳାକାରଙ୍କୁ ୧୦ ଲକ୍ଷର ସ୍ୱାସ୍ଥ୍ୟ ବୀମା, ଜୀବନ ବୀମା ଓ ପାଲା ମଣ୍ଡପର ଉନ୍ନତି ପାଇଁ ଆର୍ଥିକ ସହାୟତା ଦିଆଯାଉ। ପାଲା କଳାକାରମାନେ ବିଭିନ୍ନ ଦାବି ନେଇ ଆଜି ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି।ଦେଉଛନ୍ତି।

ପାଲା ଗାୟକ ସଂଘର ସଭାପତି କହିଛନ୍ତି, ଆମ ରାଜ୍ୟରେ ପାଲା ହେଉଛି ସାଂସ୍କୃତିକ ଆଭିମୁଖ୍ୟ। ସେଥିପାଇଁ ସରକାର ପାଲା ଏକାଡେମୀ ତିଆରି କରନ୍ତୁ। ମଞ୍ଚ ବଞ୍ଚିଲେ ପାଲା କଳାକାର ବଞ୍ଚିବେ। ସେଥିପାଇଁ ଗ୍ରାମାଞ୍ଚଳରେ ଥିବା ମଞ୍ଚଗୁଡ଼ିକୁ ପ୍ରୋତ୍ସାହନ ରାଶି ଦିଆଯାଉ । ପାଲା କଳାକାରଙ୍କ ନାର୍ଯ୍ୟ ଦାବି ପୂରଣ କରିବା ପାଇଁ ଆମେ ସରକାରଙ୍କ ପାଖରେ ବାରମ୍ବାର ନିବେଦନ କରି ଆସିଛୁ। ହେଲେ ସରକାର ଆମ କଥା ଶୁଣୁନାହାନ୍ତି। ସେଥିପାଇଁ ଆମେ ରାଜରାସ୍ତାକୁ ଓହ୍ଲାଇଛୁ।

Comments (0)
Add Comment