ଭଦ୍ରକ : ଭଦ୍ରକର ଚରମ୍ପା ଅଞ୍ଚଳରେ ଅଘଟଣ । ବରାଳ ପୋଖରୀ ଅଞ୍ଚଳରେ ଜଣେ ଗ୍ରାହକଙ୍କ ମାଡ଼ରେ ଜଣେ ଦୋକାନୀଙ୍କର ମୃତ୍ୟୁ । ଏ ଅଘଟଣକୁ ନେଇ ଭଦ୍ରକ ଟାଉନ୍ ଥାନାରେ ଅଭିଯୋଗ । ସୂଚନା ଅନୁସାରେ, ଭଦ୍ରକ ବଣିଆ ଗ୍ରାମର ବିଜୟ ପଣ୍ଡା ଚରମ୍ପା ବରାଳ ପୋଖରୀ ଅଞ୍ଚଳରେ ଏକ ତେଜରାତି ଦୋକାନ ଦେଇଥିଲେ I ଆଜି ସକାଳେ ସେହି ଗ୍ରାମର କାମେଶ ପରିଡ଼ା ଓରଫ ପିଣ୍ଟୁ ପରିଡ଼ା ନାମକ ଜଣେ ଯୁବକ ସଉଦା ନେଇଥିଲେ ।
ତାଙ୍କର ସଉଦା ବାବଦକୁ ୧୮୦ ଟଙ୍କା ହୋଇଥିବା ବେଳେ ପିଣ୍ଟୁ କାଳେ ଦୋକାନୀଙ୍କୁ ୧୪୦ ଟଙ୍କା ପ୍ରଦାନ କରିଥିଲେ । ଏଥିରେ ଦୋକାନୀ ବିଜୟ ପଣ୍ଡା ଅରାଜି ହୋଇଥିଲା । ମୋର ଦୋକାନ ଏବେ ଖୋଲୁଛି । ବାକି ରଖିବି ନାହିଁ ବୋଲି କହିବାରୁ ପିଣ୍ଟୁ ପରିଡ଼ା କାଳେ ରାଗିଯାଇ ସଂପୃକ୍ତ ଦୋକାନୀଙ୍କୁ ଏକ ଧକ୍କା ପକାଇଥିଲା ।
ପିଣ୍ଟୁର ଧକ୍କାରେ ଦୋକାନୀ ବିଜୟ ତଳେ ପଡି ଯାଇଥିଲେ । ବିଜୟଙ୍କୁ ଅଚେତ ଅବସ୍ଥାରେ ସ୍ଥାନୀୟ ଲୋକମାନେ ଚିକିତ୍ସା ପାଇଁ ଭଦ୍ରକ ମେଡ଼ିକାଲ ଆସିଥିବା ବେଳେ ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିଜୟଙ୍କ ମୃତ୍ୟୁ ଖବର ଶୁଣି ପିଣ୍ଟୁ ଘଟଣାସ୍ଥଳରୁ ଫେରାର ହୋଇଯାଇଛି I ଖବର ପାଇ ଭଦ୍ରକ ଟାଉନ୍ ପୁଲିସର ଏକ ସ୍ବତନ୍ତ୍ର ଟିମ ଘଟଣା ସ୍ଥଳକୁ ଯାଇ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି I