ଯାଆଁଳା ବଜାର ରେ ଗୁଳିମାଡ ବ୍ୟବସାୟୀ ଗୁରୁତର

ଖୋର୍ଦ୍ଧା ଜିଲ୍ଲା ଯାଆଁଳା ବଜାରରେ ଗୁଳି ମାଡ଼ ହୋଇ ବ୍ୟବସାୟୀ ଗୁରୁତର I ଯାଆଁଳା ପୋଷ୍ଟ ଅଫିସ ନିକଟରେ ୪ ଜଣ ଦୁର୍ବୃତ୍ତ ଜଣେ ସୁନା ବ୍ୟବସାୟୀଙ୍କୁ ଭଗବାନ ସୁବୁଦ୍ଧି ଏବଂ ପୁଅ ଲୋକନାଥ ସୁବୁଦ୍ଧିଙ୍କୁ ୮ ରାଉଣ୍ଡ ଗୁଳି ଚାଳନା କରିଛନ୍ତି ଲୁଟ କରିବା ଉଦ୍ୟମରେ ବାପ-ପୁଅଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଜଣାଯାଇଛି । ଦୁଇଟି ବାଇକରେ ଆସି ଅଚାନକ ଉଭୟଙ୍କ ଉପରେ ଗୁଳିଚାଳନା କରିଥିଲେ ଦୁର୍ବୃତ୍ତ । ତେବେ ଏହି ଗୁଳିମାଡରେ ପୁଅ ଲୋକନାଥ ସୁବୁଦ୍ଧ ଗୁରୁତର ଆହତ ହୋଇଥିବା ବେଳେ ଭଗବାନ ସୁବୁଦ୍ଧି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗୁରୁତର ଲୋକନାଥଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ତେବେ ଦୁର୍ବୃତ୍ତଙ୍କ ଗୁଳି ଲୋକନାଥଙ୍କ ଗୋଡରେ ବାଜିଥିବାରୁ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛି ପୋଲିସ । ଲୁଟ ଉଦ୍ଦେଶ୍ୟରେ ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି ।