ଦେଓଗାଁ: ୨୦୨୫-୨୬ ର ଶିକେରପାଟ ମହୋତ୍ସବ ଗୁଡଭେଲା ବ୍ଳକ ଖଡଙ୍ଗା ଅଞ୍ଚଳର ଭାଷା, ସାହିତ୍ୟ,ଲୋକ କଳା , ସଂସ୍କୃତି,ପ୍ରତିଭା,ଐତିହ ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଘୁନା ମହୋତ୍ସବ ପଡିଆ ଠାରେ ଉଦଘାଟିତ ହୋଇଯାଇଛି । ମହୋତ୍ସବ କମିଟୀ ସଭାପତି ରୋହିତ ମାଝୀ ସଭାପତିତ୍ୱ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ଉପସ୍ଥିତ ରହିଥିଲେ । ସମ୍ମାନିତ ଅତିଥି ଭାବରେ ଗୁଡଭେଲା ବିଡିଓ ଗୁରେଶ୍ବର ଭୋଇ,ତୁଷୁରା ତହସିଲଦାର ଆର୍ତ୍ତତ୍ରାଣ ଥାଟୀ , ଶିକ୍ଷାବିତ ହେମନ୍ତ ଦଳପତି ଉପସ୍ଥିତ ରହି ନିଜର ଅଭିଭାଷଣ ରେ ଅଞ୍ଚଳର ସାଂସ୍କୃତିକ ବିକାଶ ପାଇଁ ଏହି ମହୋତ୍ସବ ଏକ ବଡ ମାଧ୍ୟମ ସହ ଅଞ୍ଚଳର ଯୁବ ଗୋଷ୍ଠୀଙ୍କ ପ୍ରୟାସ ପ୍ରଶଂସନୀୟ ବୋଲି କହିଥିଲେ। ଓଡିଆ ଭାଷା ସାହିତ୍ୟ,ସଂସ୍କୃତି ବିଭାଗ ଓ ପର୍ଯ୍ୟଟନ ବିଭାଗ ଓଡିଶା ସରକାରୀଙ୍କ ସହଯୋଗରେ ବଜାଶାଳ-ଜୁଡାଝଳକା କଳାପରିଷଦ, ବଲାଙ୍ଗିର,କୋକିଳା ଡ୍ୟାନ୍ସ ଓ ମ୍ୟୁଜିକ ଏକାଡେମୀ ଭୂବନେଶ୍ୱର, ଭଜନ-ଭକ୍ତି ଅଞ୍ଜଳି, ଖୋର୍ଦ୍ଧା,ଶିକେରପାଟ୍ କଳାପରିଷଦ ରହେନମାଳ ,ନାଟକ-ମିକ୍ସଚର କିଚକ ବଧ,ସିକୁଆ ଏବଂ ଆଞ୍ଚଳିକ ୧୫ରୁ ଅଧିକ କଳାକାର ନିଜର କଳା ପ୍ରଦର୍ଶନ କରିଛ। ଯାହା ଦର୍ଶକକୁ ବେଶ୍ ବାନ୍ଧି ରଖିଥିଲେ ।