ଶର୍ମିଷ୍ଠା ର ପତ୍ତା ନାହିଁ : ଦୟାଲ ଆଶ୍ରମ ସିଲ କଲା କ୍ରାଇମବ୍ରାଞ୍ଚ

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଏବେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ମାନସ ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ପତ୍ତା ମିଳୁ ନ ଥିବା ବେଳେ । ତାଙ୍କ ପରିଚାଳିତ ଦୟାଲ ଆଶ୍ରମ କୁ ତଦନ୍ତ ରେ ଯାଇ ସିଲ କରିଛି କ୍ରାଇମବ୍ରାଞ୍ଚ I ଡିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ ଅଢେଇ ଘଣ୍ଟା ଧରି ତଦନ୍ତ ପରେ ଆଶ୍ରମକୁ ସିଲ୍‌ କରିଛି କ୍ରାଇମବ୍ରାଞ୍ଚ । ଆଶ୍ରମର ମହିଳା କେୟାର ଟେକର ଙ୍କ ବୟାନ ଅନୁସାରେ ଆଶ୍ରମ ପରିଶ୍ରମ ରେ ତଦନ୍ତ ଚାଲିଛି ।ଏହାସହିତ ଆଶ୍ରମର ଘର ଭିତରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ କ୍ରାଇମ୍‌ବ୍ରାଞ୍ଚକୁ ମିଳିଥିବା ସୂଚନା ମିଳିଛି ।
କ୍ୟାମେରା ମ୍ୟାନ ସ୍ୱାଇଁ କୁ ଗତ ଫେବୃଆରୀ ୭ ତାରିଖ ଦିନ ସକାଳେ ଚାନ୍ଦବାଲି ରୁ ଅପହରଣ କରି ଆଣିଥିଲେ ,ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଏବଂ ତାର ଅନ୍ୟ ସହଯୋଗୀ ମାନେ I ଏହାପରେ ଭୁବନେଶ୍ୱର ସୁନ୍ଦରପଦା ସ୍ଥିତ ଦୟାଲ ଆଶ୍ରମକୁ ଆଣି ମାଡ଼ ମରାଯାଇଥିଲା ଇ ଆଶ୍ରମରେ ୩ ଦିନ ଧରି ଅତ୍ୟାଚାରିତ ହେବା ପରେ ମାନସ ସ୍ୱାଇଁ ର ମୃତ୍ୟ ଘଟିଥିଲା I ଏହା ପରେ ଅଭିଯୁକ୍ତ ମାନେ ତାଙ୍କୁ ନେଇ ନୟାଗଡ଼ରର ରଣପୁରନିକଟ ବଧିପଡ଼ା ପାହାଡ଼ ତଳେ ଗାତ କରି ପୋତି ଦେଇ ଆସିଥିଲେ I ଆଜି ତଦନ୍ତ ସମୟରେ ଆଶ୍ରମରୁ କିଛି କାଠଫାଳିଆ ଜବତ କରାଯାଇଥିବା ଜଣାଯାଇଛି। ଏହି କାଠ ଫାଳିଆ ମାନସଙ୍କୁ ହତ୍ୟା କରିବାରେ ବ୍ୟବହୃତ ହୋଇଛି କି ନାହିଁ ଜାଣିବାକୁ ଫରେନସିକ୍ ଟେଷ୍ଟ କରାଯିବ ବୋଲି କ୍ରାଇବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି। ଏହାସହ ଥ୍ରୀ ଡି କ୍ୟାମେରା ଯୋଗେ କିଛି ଫିଙ୍ଗରପ୍ରିଣ୍ଟ ଓ ଫୁଟେଜ ସଂଗ୍ରହ କରାଯାଇଛି।