ନିବେଶକ ହରାଇଲେ ୫ ଲକ୍ଷ କୋଟି ଟଙ୍କା ! ସେୟାର ବଜାରରେ ହାହାକାର

ନୂଆଦିଲ୍ଲୀ: ଏସୀୟ ବଜାରଗୁଡ଼ିକରେ ବଡ଼ ଧରଣର ପତନ ଦେଖିବାକୁ ମିଳିଛି । ସପ୍ତାହର ପ୍ରଥମ କାରବାର ଦିବସରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସଇ) ସେନସେକ୍ସରେ ୭୧୯.୦୮ ପଏଣ୍ଟ ହ୍ରାସ ଘଟିଛି । ଫଳରେ ଏହା ୭୩,୫୨୪.୨୬ ପଏଣ୍ଟରେ ବନ୍ଦ ହୋଇଛି।ଅନ୍ୟପକ୍ଷରେ, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ) ନିଫ୍ଟି ୨୪୩,୭୦ ପଏଣ୍ଟ ଖସି ୨୩,୧୨୩ ପଏଣ୍ଟରେ ବନ୍ଦ ହୋଇଛି। ଏହି ହ୍ରାସ ସହିତ ନିବେଶକଙ୍କୁ ମିଳିଛି ପ୍ରାୟ ୫ ଲକ୍ଷ କୋଟି ଟଙ୍କାର ଝଟକା । ବିଏସଇରେ ତାଲିକାଭୁକ୍ତ କମ୍ପାନି ଗୁଡ଼ିକର ମୋଟ ବଜାର ମୂଲ୍ୟ ୪୫.୬ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି। ସେନସେକ୍ଟର ୩୦ରୁ ୨୪ଟି ସେୟାର ନିମ୍ନମୁଖୀ ହୋଇଛି। ଇଟରନାଲର ସେୟାର ମୂଲ୍ୟରେ ସବୁଠୁ ଅଧିକ ୩.୨୪% ହ୍ରାସ ଘଟିଛି। ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ଟାଟା ଷ୍ଟିଲ, ବଜାଜ ଫାଇନାନ୍ସ,, ରିଲାଏନ୍ସ, ଇଣ୍ଡିଗୋ, ଏଲ୍ ଆଣ୍ଡ୍ ଟି ଏବଂ ଟିସିଏସର ସେୟାର ମୂଲ୍ୟରେ ବଡ଼ ହ୍ରାସ ଘଟିଛି । ଅନ୍ୟପକ୍ଷରେ, ପାଓ୍ବାରଗ୍ରୀଡ୍, ଭାରତୀ ଏୟାରଟେଲ, ଟେକ୍ ମହିନ୍ଦ୍ରା, ଏସବିଆଇ ଏବଂ ସନ୍ ଫାର୍ମା ସେୟାର ମୁଲ୍ୟରେ ବୃଦ୍ଧି ଘଟିଛି। ଅନ୍ୟାନ୍ୟ ଏସୀୟ ବଜାର ଗୁଡ଼ିକରେ ବି ବଡ଼ ହ୍ରାସ ଘଟିଛି । ଦକ୍ଷିଣ କୋରିଆର ସେୟାର ବଜାରରେ ୯%ରୁ ଅଧିକ ହ୍ରାସ ଘଟିଥିଲା, ଜାପାନରେ ୫% ଏବଂ ହଂଙ୍କରେ ୧%ରୁ ଅଧିକ ହ୍ରାସ ଘଟିଛି।