ମହାପ୍ରଭୁଙ୍କ ଶାଢ଼ୀବନ୍ଧା ପରମ୍ପରା

ଶ୍ରୀମନ୍ଦିରରେ ରହିଛି ଅନେକ ପରମ୍ପରା। ଏଥି ମଧ୍ୟରେ ଶାଢ଼ୀବନ୍ଧା ପରମ୍ପରା ଅନ୍ୟତମ । ବିଶେଷ କରି ସେବାୟତ ମାନେ ମହାପ୍ରଭୁଙ୍କ ନିକଟରେ ଶାଢୀ ବନ୍ଧାଇବା ପରେ ମହାପ୍ରଭୁଙ୍କ ସେବା ପୂଜା ପାଇଁ ପାଳିଆ ସେବକ ଭାବେ ପରିଗଣିତ ହୋଇଥାନ୍ତି । ଯାହାକି ଏକ ଅନନ୍ୟ ପରମ୍ପରା। କେଉଁ ଆବାହାମାନ କାଳରୁ ଏହି ପରମ୍ପରା ପ୍ରଚଳିତ ହୋଇ ଆସିଛି। ଏହି କ୍ରମରେ ଯୁବ ସେବାୟତ ରାଜ୍ ନାରାୟଣ ଖୁଣ୍ଟିଆ ନିଜର ଶାଢୀ ବନ୍ଧେଇଛନ୍ତି। ଶ୍ରୀମନ୍ଦିରରେ ପାଟଯୋଶୀ ମହାପାତ୍ର ଏହି ଯୁବ ସେବାୟତ ରାଜ୍ ନାରାୟଣ ଖୁଣ୍ଟିଆଙ୍କୁ ଶାଢୀ ବନ୍ଧେଇଛନ୍ତି। ଯୁବ ସେବାୟତ ରାଜ୍ ନାରାୟଣ ଖୁଣ୍ଟିଆ ଆଜିଠାରୁ ମହାପ୍ରଭୁଙ୍କ ହଡ଼ପ ଓ ଗରାବଡୁ ସେବା କାର୍ଯ୍ୟ କରିବେ। ତେବେ ଶାଢୀ ବନ୍ଧାଇବା ପରେ ବେଶ୍ ଖୁସି ହୋଇଛନ୍ତି ଯୁବ ସେବାୟତ ରାଜ୍ ନାରାୟଣ ଖୁଣ୍ଟିଆ।

ସେ ସେବକ କୂଳରେ ଜନ୍ମ ହୋଇ ବେଶ୍ ଗର୍ବିତ। ମହାପ୍ରଭୁଙ୍କ ସେବା ପାଇଁ ସେ ଏହି ଦିନକୁ ଅପେକ୍ଷା କରିଥଲେ ବୋଲି କହିଛନ୍ତି। ତେବେ ଶ୍ରୀମନ୍ଦିରରେ ଶାଢୀ ବନ୍ଧା ସେବକ ଥିବା ବେଳେ ଅନେକ ଶାଢ଼ୀ ବନ୍ଧା ହୋଇନଥିବା ସେବକ ମଧ୍ୟ ରହିଛନ୍ତି। ତେବେ ବଡ କଥା ହେଉଚି ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ କେବଳ ଶାଢୀ ବନ୍ଧେଇ ଥିବା ସେବକ ଶ୍ରୀମନ୍ଦିରର ନିଷିଦ୍ଧା ଅଞ୍ଚଳକୁ ଯାଇ ପାରିବେ । ମହାପ୍ରଭୁଙ୍କ ଭୋଗ ଲାଗିବା ସମୟ,ମହାସ୍ନାନ ସମୟରେ କେବଳ ଶାଢୀ ବନ୍ଧା ସେବକ ମାନେ ପ୍ରବେଶ କରିପାରିବେ। ତେବେ ମହାନାୟକ ମାନଙ୍କୁ ଗଜପତି ମହାରାଜା ଶାଢୀ ମହାପ୍ରଭୁଙ୍କ ସେବାପୂଜା ପରମ୍ପରା ଯେଭଳି ଅନନ୍ୟ ସେହିଭଳି ସ୍ୱତନ୍ତ୍ର । ଯାହାକି ଅନ୍ୟ କୌଣସି ଦେବାଦେବୀ ମନ୍ଦିରରେ ଏହି ପରମ୍ପରା ଦେଖାଯାଏ ନାହିଁ ।

ନିକଟରେ ଶ୍ରୀମନ୍ଦିରକୁ ନେଇ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ସାମ୍ନାକୁ ଆସିଥିଲା । ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା(Rat)ଉପଦ୍ରବ। ବଡ ବଡ ମୂଷା ଗର୍ଭଗୃହରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ କ୍ଷତି ପହଞ୍ଚାଉଛନ୍ତି। ମହାପ୍ରଭୁଙ୍କ ପାଟବସ୍ତ୍ର କାଟି ପକାଉଛନ୍ତି ଫୁଲ ତୁଳସୀ କାଟୁଛନ୍ତି। ଶ୍ରୀମନ୍ଦିରରେମୂଷାଙ୍କ ଦୌରାତ୍ମ୍ୟକୁ କମ୍ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଉନାହାଁନ୍ତି। କିଛିଦିନ ତଳେ ଜଣେ ସିଂହାରୀ ସେବାୟତ ବିସ୍ପୋରକ ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ଏକ ସ୍ୱତନ୍ତ୍ର ମୂଷାଧରା ମେସିନ ମଧ୍ୟ ଅଣାଯାଇଥିଲା। ମାତ୍ର ମେସିନଟି ଆକ୍ଟିଭ ଥିବା ସମୟରେ ଶବ୍ଦ କରୁଥିବାରୁ ମହାପ୍ରଭୁଙ୍କ ପହୁଡରେ ବ୍ଯାଘାତ ହେବ ବୋଲି ସେବାୟତ ମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଫଳରେ ଏହି ମେସିନକୁ ଆଉ ଗର୍ଭଗୃହରେ ଲଗାଯାଇନଥିବା ଜଣାପଡିଛି।