ପରଲୋକରେ ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଗୁରୁଗ୍ରାମର ଫୋର୍ଟିସ୍ ହସ୍ପିଟାଲରେ ଗୁରୁବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏ ନେଇ ତାଙ୍କ ଝିଅ ସୁଭାଷିନୀ ଶରଦ ଯାଦବ ଟୁଇଟ କରି ସୂଚନା ଦେଇଛନ୍ତି । ସୁଭାଷିନୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ପାପା ଆଉ ନାହାନ୍ତି ।

ସେ ଲୋକସଭାକୁ ୭ ଥର ଏବଂ ରାଜ୍ୟସଭାକୁ ୩ଥର ନିର୍ବାଚିତ ହୋଇଥିଲେ । ସେ ବିହାର ଶାସକ ଦଳ ଜେଡିୟୁର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ବିଜେପି ସହ ହାତ ମିଳାଇବା ପରେ ଦଳ ପରିତ୍ୟାଗ କରିଥିଲେ । ୨୦୧୮ ମସିହାରେ ସେ ଲୋକତାନ୍ତ୍ରିକ ଜନତା ଦଳ ପ୍ରତିଷ୍ଠା କରିଥିଲେ ।

ଏହାର ୨ବର୍ଷ ପରେ ସେ ତାଙ୍କ ଦଳକୁ ଆରଜେଡି ସହ ସାମିଲ କରିଥିଲେ । ସ୍ୱର୍ଗତ ଯାଦବ ରାମ ମନୋହର ଲୋହିଆଙ୍କ ଆର୍ଦଶରେ ଅନୁପ୍ରାଣିତ ଥିଲେ ।