ରାଜଧାନୀରେ ଲଜ୍ଜା: ହୋଟେଲରେ ଏକାକୀ ଥିବା ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, କର୍ମଚାରୀ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ସଂଗୀନ ଅପରାଧିକ ମାମଲା ସାମ୍ନାକୁ ଆସିଛି। ଭରତପୁର ଥାନା ଅନ୍ତର୍ଗତ ଜିଏ କଲୋନୀ ଅଞ୍ଚଳରେ ଥିବା ଏକ ହୋଟେଲରେ ଜଣେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି। ଏହି ଘଟଣାରେ ତତ୍ପରତା ପ୍ରକାଶ କରି ଭରତପୁର ଥାନା ପୋଲିସ ସମ୍ପୃକ୍ତ ହୋଟେଲ କର୍ମଚାରୀକୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବାଲେଶ୍ୱର ଜିଲ୍ଲା ସୋର ଥାନା ଶିରପୁର ଅଞ୍ଚଳର ଜୟନ୍ତ କୁମାର ନାୟକ (୩୮)। କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୋଲିସ ସୂଚନା ଅନୁଯାୟୀ, କଲିକତା ଗିରିଶ ପାର୍କ ଥାନା ଅଞ୍ଚଳର ଏହି ୩୩ ବର୍ଷୀୟା ମହିଳା ଓ ତାଙ୍କ ସ୍ୱାମୀ ଗତ ୪ ମାସ ହେବ ଭୁବନେଶ୍ୱରର ଶତାବ୍ଦୀ ହୋଟେଲରେ ରହୁଥିଲେ। ମହିଳାଙ୍କ ସ୍ୱାମୀ ଏକ ଖଣି କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ମହିଳା ଜଣକ ଶ୍ୱାସଜନିତ ରୋଗରେ ପୀଡ଼ିତ ଅଛନ୍ତି।

Shame in the capital: Bengali woman who was alone in a hotel attempted to rape her