ନାଗାଲାଣ୍ଡରେ ଶାହାଙ୍କ ରୋଡ୍ ଶୋ

ନାଗାଲାଣ୍ଡରେ ଆରମ୍ଭ ହେବ ନିର୍ବାଚନ ! ନାଗାଲାଣ୍ଡରେ ପ୍ରଚାର ମଙ୍ଗ ଧରିବେ ଶାହା ! ରାହୁଲ ଉପରେ ବର୍ଷିଲେ ଶାହା ! ସରଗରମ ହେଉଛି ନାଗାଲାଣ୍ଡ ରାଜନୀତି । ଫେବ୍ରୁଆରି ୨୭ରେ ହେବ ନାଗାଲାଣ୍ଡ ବିଧାନସଭା ନିର୍ବାଚନ । ବିଜେପି ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର ପ୍ରଚାର । ଏହାକୁ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ ରାଜନିତୀ । ନାଗାଲାଣ୍ଡରେ ପ୍ରଚାର ମଙ୍ଗ ଧରିଲେ ଶାହା । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ନାଗାଲାଣ୍ଡରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ବିରୋଧରେ ବର୍ଷିଛନ୍ତି ।

ଶାହ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନ ପରେ କଂଗ୍ରେସ ଟେଲିସ୍କୋପରେ ବି ଦେଖାଯିବନି । କଂଗ୍ରେସ ନେତା ପୱନ ଖେଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପମାନିତ କରି ତାଙ୍କୁ ନରେନ୍ଦ୍ର ଗୌତମ ଦାସ ମୋଦୀ କହିଥିବାରୁ ଏହାର ଜବାବ ଦେଇ ଶାହ କହିଛନ୍ତି, କଂଗ୍ରେସ ମୁଖପାତ୍ର ଯେଉଁ ଭାଷା ବ୍ୟବହାର କରିଛନ୍ତି ତାହା ତାଙ୍କ ନିଜର ମତ ନୁହେଁ ବରଂ ଏହା ରାହୁଲ ଗାନ୍ଧିଙ୍କ ପ୍ରକୃତିକୁ ଖାପ ଖୁଆଇ ଏହି ଟିପ୍ପଣୀ ଦିଆଯାଇଛି । ରାହୁଲ ୨୦୧୯ରେ ମୋଦୀଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରିଥିଲେ । ଫଳ ସ୍ୱରୂପ କଂଗ୍ରେସ ଏହାର ବିରୋଧୀ ମାନ୍ୟତା ହରାଇଲା । କିନ୍ତୁ ୨୦୨୪ ଲୋକସଭା ନିର୍ବାଚନ ପରେ କଂଗ୍ରେସ ଟେଲିସ୍କୋପ୍‌ରେ ବି ଦେଖାଯିବନି ।

ଶାହ କହିଛନ୍ତି, ଶାନ୍ତି କଥାବାର୍ତ୍ତା ସଫଳ କରିବା ଏବଂ ନାଗା ରାଜନୈତିକ ସମସ୍ୟାର ସମାଧାନ କରିବା ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି । ବିଧାନସଭା ନିର୍ବାଚନ ପରେ ଏନ୍‌ଡିପିପି -ବିଜେପି ମେଣ୍ଟ ସରକାର ଗଠନ ହେବ ବୋଲି ଶାହ ଦୃଢ଼ୋକ୍ତି ବାଢ଼ିଛନ୍ତି । ତେବେ ଆଗକୁ ଦେଖିବାକୁ ବାକି ରହିଲା ନାଗାଲାଣ୍ଡରେ କେତେ କାମ ଦେଉଛି ବିଜେପି ରଣନୀତି ।